କପିଲ ଶର୍ମାଙ୍କ ନୂଆ ସୋ’ର ପ୍ରସାରଣ କେବେ ? ଜାଣିବାକୁ ଚାହାଁନ୍ତି କି !

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ କମେଡ଼ି ସୋ’ କପିଲ ଶର୍ମା ସୋ’ ବନ୍ଦ ହେବା ଖୁବ୍‌ ବ୍ୟଥିତ କରିଥିଲା କପିଲପ୍ରେମୀଙ୍କୁ । ତେବେ କପିଲ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର । ଆଗକୁ ଛୋଟ ପରଦାରେ ପୁଣିଥରେ ଦେଖିବାକୁ ମିଳିବ କପିଲ ଶର୍ମାଙ୍କ କମେଡ଼ି । ମାର୍ଚ୍ଚରେ କପିଲ ପୁଣି ନଜର ଆସିବେ ଛୋଟ ପରଦାରେ । ପୁଣିଥରେ ଛୋଟ ପରଦାରେ ଦେଖିବାକୁ ମିଳିବ କମେଡି କିଙ୍ଗଙ୍କ ଜଲୱା । ଛୋଟ ପରଦାରେ ପୁଣି ଜମିବ କପିଲ ଶର୍ମାଙ୍କ ଜବରଦସ୍ତ କମେଡି । ଅନେକ ଦିନର ବିରତି ପରେ ପୁଣିଥରେ କମେଡିଆନ କପିଲ ଶର୍ମା ଛୋଟ ପରଦାକୁ ଫେରୁଛନ୍ତି । ଏଥର ସୋ’ର ନାଁ ରହିଛି ଫ୍ୟାମିଲି ଟାଇମ୍  ୱିଥ କପିଲ ଶର୍ମା । ନିକଟରେ କପିଲଙ୍କର ଏହି ସୋର ଏକ ଛୋଟ ପ୍ରୋମୋ ମଧ୍ୟ ଦେଖିବାକୁ ମିଳିଛି ।

ଏହି ସୋ’ ପୂର୍ବ ସୋ ଠାରୁ ସଂପୁର୍ଣ୍ଣ ଅଲଗା ରହିବ । ଏଥର ତାଙ୍କ ସହ ତାଙ୍କର ସାଥୀ କଳାକାର କିକୁ ଶାରଦା, ଚନ୍ଦନ ପ୍ରଭାକର ଏବଂ ସୁମୋନା ଚକ୍ରବର୍ତୀ ମଧ୍ୟ ରହିବେ । ସେମାନେ ପରିବାର ମାନଙ୍କ ସହ ଫନ୍ ଗେମ୍ ସହ ଆକ୍ଟିଭିଟିଜ କରୁଥିବାର ନଜର ଆସିବେ । ଏହି ଭିତରେ କପିଲଙ୍କର ପୁରୁଣା ବନ୍ଧୁ ତାଥା କମେଡିଆନ ସୁନୀଲ ଗ୍ରୋଭର ନିକଟରେ ଟ୍ୱିଟ କରି ତାଙ୍କର ଓ କପିଲ ମଧ୍ୟରେ ଥିବା ପୂର୍ବ ବିବାଦକୁ ତାଜା କରି ଦେଇଛନ୍ତି । ସୁନୀଲ ଟ୍ୱିଟ୍ କରିଛନ୍ତି, ଶବ୍ଦ ବହୁତ କମ ବୟାନ କରିପାରେ, ସଂଚାରର ଏହା ସବୁଠୁ ଶସ୍ତା ମାଧ୍ୟମ ।ଭାବନା ଏବଂ ଯେମିତି କୁହାଯାଏକି ଆପଣଙ୍କ ଦ୍ୱାରା କରାଯାଇଥିବା କର୍ମ ସବୁ କିଛି କହିଥାଏ ।

photo-youtube

କପିଲ ଶର୍ମା ଗତ ବର୍ଷ ସୁନୀଲଙ୍କ ସହ ହୋଇଥିବା ଝଗଡା ପରେ ବିବାଦକୁ ଆସିଯାଇଥିଲେ । ଯାହାପରେ ତାଙ୍କ ସୋ’ର ଚାହିଦା ଧିରେ ଧିରେ କମିବା ଆରମ୍ଭ କରିଥିଲା । ଶେଷରେ ଚାନେଲ୍ କତୃପକ୍ଷଙ୍କ ସୋ’କୁ ବନ୍ଦ କରି ଦେଇଥିଲେ । ଏବେ ପୁଣିଥରେ ଉକ୍ତ ଚ୍ୟାନେଲ୍ କପିଲଙ୍କୁ ନେଇ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଆଉ ଏକ କମେଡି ସୋ’ । ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ସୋ’ ପ୍ରସାରିତ ହେବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର