ବିଖ୍ୟାତ ଆର୍‌କେ ଷ୍ଟୁଡିଓ ବିକିବ କପୁର୍‌ ପରିବାର; ସ୍ପଷ୍ଟ କଲେ ଋଷି କପୁର 

ମୁମ୍ବାଇ: ପ୍ରଖ୍ୟାତ ବଲିଉଡ୍‌ ଅଭିନେତା ତଥା ପ୍ରଯୋଜକ ରାଜ କପୁର୍‌ଙ୍କ ଆର୍‌କେ ଷ୍ଟୁଡିଓକୁ ବିକ୍ରି କରାଯିବା ପାଇଁ ସ୍ଥିର ହୋଇଛି। ଏ ସଂପର୍କରେ ରାଜ କପୁରଙ୍କ ପୁଅ ତଥା ଅଭିନେତା ଋଷି କପୁର୍‌ ସ୍ପଷ୍ଟୀକରଣ ଦେଇଛନ୍ତି। ଏହି ସମ୍ପତ୍ତିକୁ ସାମୁହିକ ଭାବେ ବିକ୍ରୟ କରିବା ପାଇଁ ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଷ୍ଟୁଡିଓକୁ ନବିକରଣ କରିବା ପରେ ବି ପ୍ରତିଷ୍ଠାନକୁ ଚଳାଇବା ପାଇଁ ଆବଶ୍ୟକୀୟ ଅର୍ଥ ରୋଜଗାର ହୋଇପାରିବ ନାହିଁ ବୋଲି ଜାଣିବା ପରେ ପରିବାର ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଋଷି କପୁର ଜଣାଇଛନ୍ତି।

ଏ ସଂପର୍କରେ ଋଷି କହନ୍ତି, ‘ଅନେକ ଥର ଆମେ ଷ୍ଟୁଡିଓକୁ ନବିକରଣ କରି ଚଳାଇ ରଖିବାର ଚିନ୍ତା କରିଛୁ। ମାତ୍ର ସବୁ ସମୟରେ ପାଉଁଶରୁ ନିଆଁ ଲଗାଇବା ସମ୍ଭବ ନୁହେଁ। ଷ୍ଟୁଡିଓ ବିକିବା ନେଇ ଆମ ପରିବାର ଖୁବ୍‌ ଭାବପ୍ରବଣ। ମାତ୍ର ଆବଶ୍ୟକ ପରିବାଣର ରାଶି ଅଭାବରୁ ଆମେ ଷ୍ଟୁଡିଓ ବିକିବାକୁ ବାଧ୍ୟ ହେଉଛୁ।’

ଉଲ୍ଳେଖଯୋଗ୍ୟ, ୨୦୧୭ ମସିହା ସେପ୍ଟେମ୍ବର ମାସରେ ଅଗ୍ନିକାଣ୍ଡରେ ଭସ୍ମିଭୂତ ହୋଇ ଯାଇଥିଲା ଆର୍‌କେ ଷ୍ଟୁଡିଓ।  ଟିଭି ରିୟଲିଟି ସୋ’ ‘ସୁପର୍‌ ଡ୍ୟାନ୍ସ ସିଜନ୍‌୨’ ସୁଟିଂ ସମୟରେ ନିଆଁ ଲାଗିଯାଇଥିଲେ। ଏହି ଅଗ୍ନିକାଣ୍ଡାରେ କେହି ମୃତାହତ ହୋଇନଥିଲେ।

ଆର୍‌କେ ଷ୍ଟୁଡିଓ ପ୍ରସିଦ୍ଧ ଚଳଚ୍ଚିତ୍ର ‘ବରସାତ୍‌’, ‘ଆଓ୍ଵାରା’, ‘ ଭୂତ ପୁଲିସ୍‌’, ‘ଶ୍ରୀ୪୨୦’, ‘ଲଗତେ ରହୋ’ ଆଦି ଚଳଚ୍ଚିତ୍ର ପ୍ରାଯୋଜନା କରିଛି। ଏହି ଷ୍ଟୁଡ଼ିଓରେ ‘ଜିସ୍‌ ଦେଶ ମୈ ଗଙ୍ଗା ବେହତି ହୈ’, ‘ମେରା ନାମ ଜୋକର୍‌’, ‘ବବି’, ‘ସତ୍ୟମ ସିବମ୍‌ ସୁନ୍ଦରମ୍‌’, ‘ପ୍ରେମ୍‌ ରୋଗ’, ‘ରାମ ତେରି ଗଙ୍ଗା ମୈଲୀ’ ଆଦି ଚଳଚ୍ଚିତ୍ର ସୁଟିଂ ହୋଇଥିଲା।

ସମ୍ବନ୍ଧିତ ଖବର