ମୁମ୍ବାଇ: ଜୁନ୍ ୧୮ ତାରିଖରେ ପ୍ରେମିକା ଦ୍ରିଶା ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ୍। କରଣ ଓ ଦ୍ରିଶାଙ୍କ ବିବାହ ହୋଇ ସାରିଥିବା ବେଳେ ସେ ଦୁହିଁଙ୍କ ଫଟୋ, ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଚାଲିଛି। ଏବେ କରଣଙ୍କ ପତ୍ନୀ ଦ୍ରିଶାଙ୍କର ଏକ ଅଦେଖା ଭିଡିଓ ଖୁବ୍ ଜୋର୍ରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଯେଉଁଥିରେ ସେ ଜମେଇକି ନାଚୁଥିବାର ଦେଖିବାକୁ ମିଳିଛି।
ଭିଡିଓଟି କରଣ ଓ ଦ୍ରିଶାଙ୍କ ପ୍ରି-ୱେଡିଂ ଉତ୍ସବର। ଦ୍ରିଶା ଶାଢ଼ି ପିନ୍ଧି ଏପରି ନାଚିଥିଲେ ଯେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିଥିଲା। ଦ୍ରିଶାଙ୍କୁ ନାଚୁଥିବାର ଦେଖି ସନ୍ନିଙ୍କୁ ମୁରୁକେଇ ମୁରୁକେଇ ହସୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ଗାର୍ଲ ଗ୍ୟାଙ୍ଗ୍ ସହ ଦ୍ରିଶାଙ୍କୁ ନାଚୁଥିବାର ଦେଖି ସନ୍ନି ଦେଓଲ ବେଶ୍ ଖୁସି ହୋଇ ଯାଇଛନ୍ତି।
ଦ୍ରିଶା ନାଚୁଥିବା ବେଳେ ସନ୍ନି ଦେଓଲ ଦୂରରୁ ବୋହୂର ନାଚ ଦେଖି ମୁରୁକେଇ ହସୁଥିବାର ଭିଡିଓକୁ ଦେଖି ସୋସିଆଲ୍ ମିଡିଆ ବ୍ୟବହାରକାରୀ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ସନ୍ନି କେତେ କୁଲ୍ ଶଶୁର’। ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘ଦ୍ରିଶା କେତେ ସରଳତାର ସହ ନାଚୁଛନ୍ତି’। ସେହିପରି ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଶଶୁର ହେବ ତ ଏପରି, ଯିଏକି ନିଜ ବୋହୂକୁ ଖୁସି ହେବାର ଦେଖି ନିଜେ ଖୁସି ହୋଇ ଯାଉଛନ୍ତି’। ତେବେ ସନ୍ନିଙ୍କ ପୁଅ କରଣ ଦେଓଲଙ୍କ ବିବାହରେ ଅନେକ ବଲିଉଡ୍ ଷ୍ଟାର୍ଙ୍କୁ ଦେଖିବାକୁ ମିଳିଥିଲା।