ପ୍ରଥମ ଫିଲ୍ମ ରିଲିଜ୍‌ ପୂର୍ବରୁ ଚମକିଲା କରଣ ଦେଓଲଙ୍କ ଭାଗ୍ୟ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଖୁବ୍‌ ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମ ‘ପଲ୍‌ ପଲ୍‌ ଦିଲ୍‌କେ ପାସ୍‌’ ଜରିଆରେ ସେ ବଲିଉଡ୍‌ରେ ପ୍ରବେଶ କରିବେ । ଫିଲ୍ମର ନିର୍ଦ୍ଦେଶନା  ସନ୍ନି ଦେଓଲ ଦେଇଥିବା ବେଳେ ଫିଲ୍ମଟି ସେପ୍ଟେମ୍ବର ୨୦ରେ ରିଲିଜ୍‌ ହେବ । କରଣ ଏବେ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଥିବା ବେଳେ ଫିଲ୍ମ ରିଲିଜ୍‌ ପୂର୍ବରୁ ତାଙ୍କ ଭାଗ୍ୟ ଚମକିଥିବା ଜଣାପଡ଼ିଛି ।

Image result for karan-deol-will-seen-in-indra-kumar-film-with-warina-hussain-after-pal-pal-dil-ke-paas
Super Cinema

ସୂଚନା ମୁତାବକ, ଗୋଟେ ଫିଲ୍ମ ରିଲିଜ୍‌ ନ ହେଉଣୁ ତାଙ୍କୁ ଆଉ ଏକ ଫିଲ୍ମ ଅଫର କରାଯାଇଛି । ଫିଲ୍ମ ନିର୍ମାତା ଇନ୍ଦ୍ର କୁମାର ନିଜର ଆଗାମୀ ଫିଲ୍ମରେ କରଣଙ୍କୁ ନେଇଥିବା ଜଣାପଡ଼ିଛି । ଏହି ଫିଲ୍ମରେ କରଣଙ୍କ ବିପକ୍ଷରେ ଓ୍ଵରିନା ହୁସେନ ନଜର ଆସିବେ । ଓ୍ଵରିନା ହୁସେନ ଗତବର୍ଷ ସଲମାନ ଖାନ୍‌ଙ୍କ ପ୍ରଯୋଜିତ ଫିଲ୍ମ ‘ଲଭ୍‌ୟାତ୍ରୀ’ରେ ନଜର ଆସିଥିଲେ । ଫିଲ୍ମ ପରେ ଅନେକ ମ୍ୟୁଜିକ୍‌ ଭିଡିଓରେ କାମ କରିବା ପରେ ଏବେ ସେ କରଣଙ୍କ ସହ ପରଦାରେ ରୋମାନ୍ସ କରିବେ ।

ସମ୍ବନ୍ଧିତ ଖବର