ବିବାହ ପୂର୍ବରୁ ଗର୍ଭବତୀ ଥିଲେ ଆଲିଆ ଭଟ୍ଟ ! କହୁ କହୁ କହିଦେଲେ କରଣ ଜୋହର

ମୁମ୍ବାଇ: ଜୁନ ୨୭ରେ ବଲିଉଡର ଲୋକପ୍ରିୟ ଯୋଡ଼ି ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ପ୍ରଶଂସକଙ୍କୁ ବଡ଼ ଖୁସି ଖବର ଦେଇଥିଲେ। ବିବାହର ୩ମାସ ପରେ ଦୁହେଁ ମାତାପିତା ହେବାକୁ ଯାଉଥିବା ଖବର ସମସ୍ତଙ୍କୁ ଜଣାଇ ସରପ୍ରାଇଜ୍ ଦେଇଥିଲେ ଏହି ଦମ୍ପତି। ତେବେ କିଛି ଲୋକେ ଏତେ ଶୀଘ୍ର ଗର୍ଭବତୀ ହୋଇଥିବା ନେଇ ଆଲିଆଙ୍କୁ ଟ୍ରୋଲ କରିଥିବା ବେଳେ ଆଲିଆ ପୂର୍ବରୁ ଗର୍ଭବତୀ ଥିବା କହି ତାଙ୍କୁ ଟ୍ରୋଲ କରାଯାଇଥିଲା। ତେବେ ଯେଉଁ କଥାକୁ କେବଳ ଗୁଜବ ବୋଲି କୁହାଯାଉଥିଲା ଏବେ ତାହା ସତ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ବଲିଉଡର ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର କହୁ କହୁ ଆଲିଆ ବିବାହ ପୂର୍ବରୁ ଗର୍ଭବତୀ ଥିବା କଥା ସ୍ପଷ୍ଟ କରିଛନ୍ତି।

ଜାତୀୟ ଗଣମାଧ୍ୟମ ଅନୁଯାୟୀ, କିଛି ଦିନ ତଳେ ଆଲିଆ ଗର୍ଭବତୀ ଥିବା ଖବର ଉପରେ କରଣଙ୍କୁ ପ୍ରତିକ୍ରିୟା ମଗାଯିବା ପରେ ଇଟାଇମ୍ସକୁ ତାଙ୍କ ପ୍ରତିକ୍ରିୟା ଦେଇ ସେ କହିଥଲେ, ଆଲିଆ ଗର୍ଭବତୀ ଥିବା ଜାଣି ମୁଁ କାନ୍ଦିବାକୁ ଲାଗିଥିଲି। ସେ ଏଖବର ଦେବାକୁ ମୋ ଅଫିସକୁ ଆସିଥିଲେ। ମୋର ମନେ ଅଛି, ସେଦିନ ମୋର କେଶ ଠିକ ଭାବେ ସେଟ୍ ହେଉନଥିଲା। ଏଥିପାଇଁ ମୁଁ ବିରକ୍ତ ହୋଇ ଏକ ହୁଡି ପିନ୍ଧିବା ସହ ଏକ କ୍ୟାପ୍ ପିନ୍ଧି ମୋ ଚେୟାରରେ ବସିଥିଲି। ଏହି ସମୟରେ ଆଲିଆ ଆସି ମୋତେ ଖୁସି ଖବର ଦେଇଥିଲେ। ଏହା ଶୁଣି ମୁଁ ଭାବବିହ୍ବଳ ହୋଇପଡ଼ିବାରୁ ଆଲିଆ ମୋତେ ଆଲିଙ୍ଗନ କରିଥିଲେ।

ତେବେ କଫି ଉଇଥ୍ କରଣ ସିଜିନ-୭କୁ ଆଲିଆ ଭଟ୍ଟ ଓ ରଣବୀର ସିଂହ ଆସିଥିବା ବେଳେ କରଣ ଏବଂ ଆଲିଆ ଏହି ଦିନ ବିଷୟରେ ଆଲୋ‌ଚନା କରିଥିଲେ। ତେବେ ସେଦିନର ଘଟଣା ବିଷୟରେ ଆଲିଆ ସୋ’ରେ କହିଥିବା ‌ବେଳେ ତାଙ୍କ ଦ୍ବାରା ଗୋଟିଏ ଭୁଲ ହୋଇଯାଇଥିଲା। ପୂର୍ବରୁ ଇଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ କରଣ ଯେଉଁ ଦିନର ଘଟଣା ବିଷୟରେ କହିଥିଲେ ଆଲିଆ ମଧ୍ୟ ସମାନ ଘଟଣା ବିଷୟରେ ସୋ’ରେ କହିଥିଲେ। ହେଲେ ସେ ଗର୍ଭବତୀ ନୁହେଁ ବିବାହ କରିବାକୁ ଯାଉଥିବା ଖବର କରଣଙ୍କୁ ଜଣାଇଥିବା କହିଥିଲେ।

ଆଲିଆ କହିଥିଲେ ଯେ, ମୁଁ ବିବାହ କରିବାକୁ ଯାଉଛି ଜାଣି କରଣ କାନ୍ଦିବାକୁ ଲାଗିଥିଲେ। ମୁଁ ଏଖବର ଦେବାକୁ ତାଙ୍କ ଅଫିସକୁ ଯାଇଥିଲି। ମୋର ମନେ ଅଛି, ସେଦିନ ତାଙ୍କର କେଶ ଠିକ ଭାବେ ସେଟ୍ ହେଉନଥିଲା। ଏଥିପାଇଁ ସେ ବିରକ୍ତ ହୋଇ ଏକ ହୁଡି ପିନ୍ଧିବା ସହ ଏକ କ୍ୟାପ୍ ପିନ୍ଧି ତାଙ୍କ ଚେୟାରରେ ବସିଥିଲେ। ଏହି ସମୟରେ ମୁଁ ଯାଇ ବିବାହ କରିବାକୁ ଯାଉଥିବାର ଖବର ଦେଇଥିଲି। ଏହା ଶୁଣି କରଣ ଭାବବିହ୍ବଳ ହୋଇପଡ଼ିଥିଲେ। ତେବେ ଅଜାଣତରେ ଏଭଳି ଭୁଲ ହେବା ପରେ ଏବେ ଆଲିଆ ବିବାହ ପୂର୍ବରୁ ହିଁ ଗର୍ଭବତୀ ଥିଲେ ବୋଲି ଲୋ‌କେ କହିବା ଆରମ୍ଭ କହିଛନ୍ତି।

ସମ୍ବନ୍ଧିତ ଖବର