ନୂଆଦିଲ୍ଲୀ: ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଫିଲ୍ମରୁ ଡେବ୍ୟୁ କରିବେ ସୈଫ ଅଲୀ ଖାନଙ୍କ ପୁଅ ଇବ୍ରାହିମ୍ ଅଲୀ ଖାନ୍। ସୁପରଷ୍ଟାର କାଜଲ ଓ ସୁକୁମାରନଙ୍କ ସହ କରିବେ ସ୍କ୍ରିନ ସେୟାର। କରଣ ଜୋହର ଏବେ ତାଙ୍କର ନୂଆ ଫିଲ୍ମର ଘୋଷଣା କରିଛନ୍ତି। ପୋଷ୍ଟରେ ସେ ଫିଲ୍ମର ଘୋଷଣା କରୁନାହାନ୍ତି ବୋଲି ଲେଖିଥିଲେ ବି ପରେ ଏହା ଏକ ଘୋଷଣା ହୋଇପାରେ ବୋଲି ମଧ୍ୟ ଲେଖିଛନ୍ତି।

Advertisment

ଫିଲ୍ମର ସୁଟିଂ ବର୍ଷେ ହେଲାଣି ଆରମ୍ଭ ହେଲାଣି ବୋଲି ଲେଖିବା ସହ ଏଥିରେ କେଉଁ ସବୁ କଳାକାର କାମ କରୁଛନ୍ତି ତାହା ଜଣାଇଛନ୍ତି କରଣ। ହେଲେ ପୋଷ୍ଟରେ କୌଣସି କଳାକାରଙ୍କ ନାମ ଲେଖାଯାଇନାହିଁ। କଳାକାରଙ୍କ ବିଷୟରେ ଲେଖି ସେ ଦର୍ଶକଙ୍କ ଉପ‌ରେ ନାମ ଅନୁମାନ କରିବାକୁ ଛାଡ଼ି ଦେଇଛନ୍ତି।

କରଣ କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, ଏହି ପୋଷ୍ଟଟି ଚଳଚ୍ଚିତ୍ର ଘୋଷଣା ପାଇଁ ନୁହେଁ, କିନ୍ତୁ ଏହା ହୋଇପାରେ ... ଯଦି ଆପଣ ସାହାଯ୍ୟ କରିବେ! ଆମେ ଗତ ଏକ ବର୍ଷ ଧରି ଏହି ଚଳଚ୍ଚିତ୍ରର ସୁଟିଂ କରୁଛୁ। ଆମେ ଏହାକୁ ଲୁଚାଇ ରଖିଛୁ, ଏହାର ବିବରଣୀ କାହା ସହିତ ସେୟାର କରିନାହୁଁ। ଏପରିକି ଫିଲ୍ମର କ୍ରୁମାନେ ଏହାର ଗୁରୁତ୍ୱପୂର୍ଣ୍ଣ ବିବରଣୀ ବିଷୟରେ କିଛି ଜାଣନ୍ତି ନାହିଁ। ଏହି ନିଷ୍ପତ୍ତି ଡେବ୍ୟୁ ନିର୍ଦ୍ଦେଶକ ନେଇଥିଲେ। ବର୍ତ୍ତମାନ ଫିଲ୍ମ ସହ ଜଡ଼ିତ କିଛି ବଡ ସୂଚନା ...

୧. ଏହି ଚଳଚ୍ଚିତ୍ରରେ ଜଣେ ସାଉଥ ସୁପରଷ୍ଟାର ଅଛନ୍ତି ଯିଏକି ନିକଟରେ ସବୁଠାରୁ ବଡ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ରରେ କାମ କରିଥିଲେ।

୨.  ଫିଲ୍ମରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଛନ୍ତି, ଯାହାଙ୍କ ଅଭିନୟ ଦର୍ଶକଙ୍କୁ ପାଗଳ କରିଛି।

୩. ଏଥିରେ ଜଣେ ଅଭିନେତା ଅଛନ୍ତି, ଯିଏ ଏହି ଫିଲ୍ମ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଏହି ଚଳଚ୍ଚିତ୍ରଟି ରିଲିଜ୍ ପାଇଁ ପ୍ରସ୍ତୁତ ଏବଂ ଖୁବ ଶୀଘ୍ର ମୁକ୍ତିଲାଭ କରିବ। ଯଦି ଆପଣ ଚଳଚ୍ଚିତ୍ରର ଟାଇଟଲ୍ ଏବଂ ଅନ୍ୟାନ୍ୟ ବିବରଣୀ ସଠିକ୍ ଭାବରେ ଅନୁମାନ କରିପାରିବେ, ତେବେ ଆମେ ଫିଲ୍ମର ଝଲକ ଦେଖାଇବାକୁ ଆମନ୍ତ୍ରଣ କରିବୁ।