ଅମିତାଭଙ୍କୁ କ୍ଷମା ମାଗିଲେ କରନ୍‌ ଜୋହର; ଜାଣନ୍ତୁ କାହିଁକି ?

ମୁମ୍ବାଇ: ବୟସର ତାରତମ୍ୟ ଥିଲେ ହେଁ ବଲିଉଡର ଶହେନଶାହ ଅମିତାଭ ବଚ୍ଚନ ଏବଂ ଚଳଚ୍ଚିତ୍ର ନିର୍ମାତା କରନ୍‌ ଜୋହର ଘନିଷ୍ଠ ବନ୍ଧୁ । ଦୁହେଁ ଏକା ସାଙ୍ଗରେ ‘କଭି ଖୁସି କଭି ଗମ୍‌’ ଏବଂ ‘କଭି ଅଲବିଦା ନା କେହେନା’ ଭଳି ସୁପରହିଟ ଚଳଚ୍ଚିତ୍ରରେ କାମ କରିଛନ୍ତି। ତେବେ କିଛି ଦିନ ପୂର୍ବରୁ କରନ୍‌ଙ୍କ ଏକ କମେଣ୍ଟରେ ରାଗି ଯାଇଥିଲେ ଅମିତାଭ, ଯେଉଁଥି ପାଇଁ ପରେ ଟୁଇଟର ଦ୍ୱାରା କ୍ଷମା ମାଗିଛନ୍ତି କରନ ଜୋହର।

କିଛି ଦିନ ପୂର୍ବରୁ କରନ୍‌ ଜୋହର ଚଳଚ୍ଚିତ୍ର ନିର୍ମାତା ରମେଶ ସିପ୍ପିଙ୍କ ସାଥିରେ ଏକ ଟିଭି ଚ୍ୟାନେଲରେ ଉପସ୍ଥିତ ଥିଲେ । ସେଠାରେ ଉଭୟ ପରସ୍ପରକୁ କିଛି ପ୍ରଶ୍ନ ପଚାରିଥିଲେ। ଏଥି ମଧ୍ୟରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କରନ୍‌ କହିଥିଲେ,‘ଏକ ସମୟ ଥିଲା ଯେତେବେଳେ ମତେ ଚଳଚ୍ଚିତ୍ର ଦୁନିଆରେ ସମସ୍ତେ ପଞ୍ଜାବୀ ଲାଗୁଥିଲେ । କାରଣ ମୋ ପିତା ସମସ୍ତଙ୍କ ସାଥୀରେ ପଞ୍ଜାବୀରେ ବାର୍ତ୍ତାଳାପ କରୁଥିଲେ । ସେ ତାଙ୍କ କାଷ୍ଟ ଏଣ୍ଡ କ୍ରିୟୁ ସାଙ୍ଗରେ ମଧ୍ୟ ପଞ୍ଜାବୀରେ କଥା ହୋଉଥିଲେ ଏମିତିକି ଅମିତାଭ ବଚ୍ଚନ ପଞ୍ଜାବୀ ନ ହୋଇ ମଧ୍ୟ ବହୁତ ଭଲ ଭାବେ ପଞ୍ଜାବୀରେ କଥା ହେଉଥିଲେ।’

କରନଙ୍କ ଏହି କମେଣ୍ଟ ଅମିତାଭଙ୍କୁ ଅଘାତ ପହଞ୍ଚାଇଥିଲା ଏବଂ ସେ ତାଙ୍କର ରାଗ ଟୁଇଟର ଦ୍ୱାରା ଜଣାଇଥିଲେ । ସେ ଲେଖିଥିଲେ, କରନ୍‌ ମୁଁ ପଞ୍ଜାବୀ ଏଥି ପାଇଁ କୁହେ, କାରଣ ମୋ ମାତା ଜଣେ ଶିଖ । କହିବାକୁ ଗଲେ ମୁଁ ଅଧା ଶିଖ ଆଉ ମୁଁ ଭଲ ଭାବେ ପଞ୍ଜାବୀ କହିପାରେ।’ ଏହାର ପ୍ରତି ଉତ୍ତରରେ କରଣ ଟୁଇଟର ଦ୍ୱାରା ଅମିତାଭଙ୍କୁ କ୍ଷମା ମାଗିବା ସହ ଲେଖିଛନ୍ତି, ‘ଆଜ୍ଞା !! ମୁଁ କ୍ଷମା ମାଗୁଛି । ମୋର ବୁଝିବାରେ ଭୁଲ ହୋଇଯାଇଥିଲା।’ ଆମେ ଆଶା କରୁଛୁ ଏହା ପରେ ଅମିତାଭଙ୍କର ରାଗ କିଛି ମାତ୍ରାରେ କମ ହୋଇଯାଇଥିବ ।

ସମ୍ବନ୍ଧିତ ଖବର