ଉତ୍ତର-ପୂର୍ବ ଭାରତୀୟଙ୍କ ସାଂସ୍କୃତିକ ଭାବନାକୁ ଆଘାତ ଦେବା ପରେ କ୍ଷମା ମାଗିଲେ କରଣ ଜୋହର

ଗୌହ୍ଵାଟୀ: ଆସାମୀମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ପରେ କ୍ଷମା ମାଗିଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ କରଣ ଜୋହର। ‘ଇଣ୍ଡିଆ ଗଟ୍‌ ଟ୍ୟାଲେଣ୍ଟ୍‌୬’ ସୋ’ର ଏକ ଭିଡିଓ ସେୟାର୍‌ କରି କରଣ ବିବାଦୀୟ ହୋଇଥିଲେ। ଭିଡିଓଟିରେ ଦେଖିବାକୁ ମିଳିଛି ଯେ କିରଣ ଖୈର୍‌ ଅରୁଣାଞ୍ଚଳୀମାନଙ୍କ ପାରମ୍ପରିକ ହ୍ୟାଟ୍‌ ସ୍ପିକ୍‌ଡ୍‌ ବାମ୍ବୋ ପରିଧାନ କରିଥିବା ହେତୁ କରଣ ତାହାକୁ ଦେଖି ହସୁଛନ୍ତି। କରଣଙ୍କୁ ତାହା ଆଦୌ ଜଣାନଥିଲା ଯେ କିରଣ ପିନ୍ଧିଥିବା ଉକ୍ତ ହ୍ୟାଟ୍‌ରେ ସାଂସ୍କୃତିକ ମୂଲ୍ୟବୋଦ୍ଧ ଲୁଚି ରହିଥିଲା।

କିରଣ ଉକ୍ତ ହ୍ୟାଟ୍‌ଟି ପରିଧାନ କରିଥିବା ନେଇ କରଣ ପଚାରିଛନ୍ତି ଯେ ‘ହେ ଭଗବାନ୍‌! ତୁମ ମୁଣ୍ଡରେ କ’ଣ?’ ତାଙ୍କୁ ଉତ୍ତର ଦେଇ କିରଣ ଖେର୍‌ କହିଛନ୍ତି କି ‘ଏହାକୁ ଅରୁଣାଚଳ ପ୍ରଦେଶର ପ୍ରଶଂସକମାନେ ମୋ ପାଇଁ ଆଣିଛନ୍ତି। ତୁମେ ମଧ୍ୟ ପିନ୍ଧିପାର।’ ମାତ୍ର କରଣ ଅତ୍ୟନ୍ତ ବ୍ୟାଙ୍ଗାତ୍ମକ ଶୈଳୀରେ କହିଛନ୍ତି ‘ମୋର ସାହସ ନାହିଁ, ତୁମେ ପିନ୍ଧ।’

 

ଥଟାମଜା ସେତିକିରେ ସୀମିତ ନଥିଲା। କରଣ କିରଣଙ୍କୁ ଆହରି ବି କହିଥିଲେ କି ‘ତୁମେ ଏମିତି ଲାଗୁଛ ଯେମିତି ତୁମେ କଓ୍ଵାଲି ପରିବେଷଣ କରିବାକୁ ଯାଉଛ।’

ଏହି ଭିଡିଓଟିରେ କରଣ ଉତ୍ତର-ପୂବାଞ୍ଚଳର ସଂସ୍କୃତିକୁ ଅପମାନିତ କରିଥିବାର ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ନେଇ କରଣ ସମାଲୋଚିତ ହେବା ପରେ ସେ ଟୁଇଟର୍‌ରେ କ୍ଷମା ମାଗିଛନ୍ତି।

ସମ୍ବନ୍ଧିତ ଖବର