ମୁମ୍ବାଇ : ୨୦୧୮ ସହିତ ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ରିୟାଲିଟି ସୋ’ ‘ବିଗ୍‌ ବସ୍‌-୧୨’ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଡିସେମ୍ବର ୩୦ ରବିବାର ସୋ’ର ଫାଇନାଲ ଥିବା ବେଳେ ସୋ’ର ବିଜେତା କିଏ ହେବ,ଏବେ ତା’ ଉପରେ ସମସ୍ତଙ୍କ ନଜର । ଲକ୍ଷ ଲକ୍ଷ ଦର୍ଶକଙ୍କ ଭଳି ପ୍ରଯୋଜକ-ନିର୍ଦ୍ଦେଶକ କରଣ ଜୋହରଙ୍କର ମଧ୍ୟ ବିଜେତା କିଏ ହେବ ସେ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।

Advertisment

publive-image India Today

ସୂଚନା ମୁତାବକ, ଶନିବାର ସୋ’ ଆରମ୍ଭରୁ କରଣ ଜୋହରଙ୍କ ଏକ ଭିଡିଓ ସମସ୍ତଙ୍କୁ ଦେଖାଯାଇଥିଲା, ଯେଉଁଥିରେ କରଣ ଫୋନରେ ସଲମାନଙ୍କୁ ‘ବିଗ୍‌ ବସ୍‌-୧୨’ର ବିଜେତା କିଏ ହେବ ବୋଲି ପଚାରିଥିଲେ। ଏହାର ଉତ୍ତରରେ,"ବିଜେତା କିଏ ହେବ ମୋ ମା’ ମଧ୍ୟ ଜାଣି ନାହାନ୍ତି" ବୋଲି କହିଥିଲେ ସଲମାନ । ସଲମାନଙ୍କ ଏଭଳି ଉତ୍ତର ଶୁଣି ଉପସ୍ଥିତ ଲୋକେ ଏବଂ କରଣ ହସିବାକୁ ଲାଗିଥିଲେ । ପରେ "ମୁଁ କରଣ ଜୋହରଙ୍କ ମୁଣ୍ଡ ଛୁଇଁ କହୁଛି,ବିଜେତା କିଏ ମୁଁ ଜାଣି ନାହିଁ । ଏହାର ନିଷ୍ପତ୍ତିି ପ୍ରତିଯୋଗୀମାନଙ୍କ ପ୍ରଶଂସକ ଏବଂ ଭୋଟର ନେବେ" ବୋଲି ସଲମାନ କହିଥିଲେ ।