ବଏକଟ ଓ ଟ୍ରୋଲିଂ ଫିଲ୍ମ ଉପ‌ରେ ପ୍ରଭାବ ପକାଏ ନାହିଁ ବୋଲି ‘ପଠାନ’ ପ୍ରମାଣ କରିଛି: କରଣ ଜୋହର

ମୁମ୍ବାଇ: ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ପଠାନ’ ଏବେ ବକ୍ସ ଅଫିସରେ ଧମାଲ କରୁଛି। ଫିଲ୍ମର କାହାଣୀ ଓ ସେଥିରେ ଥିବା ଆକ୍ସନ ଦୃଶ୍ୟ ଏବେ ଦର୍ଶକଙ୍କ ମନ କିଣୁଛି। ଚାରି ବର୍ଷ ପରେ ଶାହରୁଖ ଖାନ ବଡ ଧମାକା ସହିତ ପରଦାକୁ ଫେରିଥିବା ବେଳେ ଏହି ଫିଲ୍ମ ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଇଛି। ସବୁଠାରୁ ବଡ଼ କଥା ହେଲା ରିଲିଜ୍ ପୂର୍ବରୁ ଫିଲ୍ମର ପ୍ରଚାର କରାଯାଇନଥିଲା। ଏହା ସହ ଏହାକୁ ବଏକଟ କରିବା ପାଇଁ ଅଭିଯାନ ମଧ୍ୟ ଆରମ୍ଭ ହୋଇଥିଲା। ଏସବୁ ପରେ ବି ଫିଲ୍ମ ଭଲ ପ୍ରଦର୍ଶନ କରୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ବଲିଉଡ ପ୍ରଯୋଜନ-ନିର୍ଦ୍ଦେଶକ କରଣ ଜୋହର। ବିରୋଧ ପରେ ବି ମାତ୍ର ତିନି ଦିନ ମଧ୍ୟରେ ସାରା ବିଶ୍ୱରେ ୩୦୦କୋଟିରୁ ଅଧିକ ସଂଗ୍ରହ କରିବାରେ ସଫଳ ହୋଇଛି ‘ପଠାନ’।

amarujala

ଏହାକୁ ଦେଖିବା ପରେ କରଣ ଇନଷ୍ଟା ଷ୍ଟୋରୀରେ ଫିଲ୍ମର ପୋଷ୍ଟର ସେୟାର କରି ଲେଖିଛନ୍ତି ‘ଗୋଟିଏ ସୁପରହିଟ୍ ଫିଲ୍ମ ବ୍ୟତୀତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ‘ପଠାନ’ର ମେଗା ବ୍ଲକବଷ୍ଟର ସଫଳତା ପ୍ରମାଣ କରିଛି ଯେ ଅଧିକ ପ୍ରଚାର, ଟ୍ରୋଲିଂ ଏବଂ ବଏକଟ ଧମକ ଦ୍ବାରା କିଛି ହୁଏ ନାହିଁ। ଫିଲ୍ମକୁ ହିଟ୍ କରିବା ପାଇଁ ଆତ୍ମବିଶ୍ୱାସ ଏବଂ ଏକ ବ୍ୟାଙ୍ଗ୍ ବ୍ୟାଙ୍ଗ୍ ଟ୍ରେଲର ଦରକାର। ସିଡ୍ (ନିର୍ଦ୍ଦେଶକ ସିଦ୍ଧାର୍ଥ), ଭାଇ (ଶାହରୁଖ ଖାନ୍), ଭାଇଜାନ (ସଲମାନ ଖାନ), ଜନ୍ ଆବ୍ରହିମ ଏବଂ ଦିପି (ଦୀପିକା ପାଦୁକୋନ) ପାଇଁ ମୁଁ ବହୁତ ଖୁସି। ତୁମେମାନେ ଏକ ଯାଦୁ ସଂଖ୍ୟାରେ ନପହଞ୍ଚିବା ପର୍ଯ୍ୟନ୍ତ ଆମେ ତୁମକୁ ସମର୍ଥନ କରିବୁ।

ସମ୍ବନ୍ଧିତ ଖବର