ବଲିଉଡରେ ଡେବ୍ୟୁ କରିବେ ଇବ୍ରାହିମ, ଏହି ମଲୟାଲମ ଫିଲ୍ମର ହିନ୍ଦୀ ରିମେକରେ ଆସିବେ ନଜର

ମୁମ୍ବାଇ: ଷ୍ଟାର କିଡ୍ ସୁହାନା ଖାନ, ଖୁସି କପୁର ଏବଂ ଅଗସ୍ତ୍ୟ ନନ୍ଦା ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବର୍ତ୍ତମାନ ତାଙ୍କ ଫିଲ୍ମ ‘ଦ ଆର୍କିଜ୍’ର ସୁଟିଂ ଚାଲିଛି। ଏହି ଷ୍ଟାର କିଡଙ୍କ ବ୍ୟତୀତ, ଦୀର୍ଘ ଦିନ ହେଲାଣି ଇବ୍ରାହିମ ଅଲି ଖାନଙ୍କ ଡେବ୍ୟୁକୁ ନେଇ ଚର୍ଚ୍ଚା ଲାଗିରହିଛି। ଅଭିନେତା ସୈଫ ଅଲି ଖାନ ଏବଂ ଅଭିନେତ୍ରୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ ପୂର୍ବରୁ ଡେବ୍ୟୁ କରିସାରିଥିବା‌ ବେଳେ ଏବେ ଦୁହିଁଙ୍କ ପୁଅ ଇବ୍ରାହିମ ବଲିଉଡରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି।

ଇବ୍ରାହିମଙ୍କୁ ମଲୟାଲମ ଚଳଚ୍ଚିତ୍ର ‘ହୃଦୟମ’ର ହିନ୍ଦୀ ରିମେକରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଏହି ମଲୟାଲମ ଚଳଚ୍ଚିତ୍ରରେ ମୋହନଲାଲଙ୍କ ପୁଅ ପ୍ରଣବ ମୋହନଲାଲ ଅଭିନୟ କରିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ଇବ୍ରାହିମ ପ୍ରଣବ ମୋହନଲାଲ କରିଥିବା ଚରିତ୍ରରେ ନଜର ଆସିବେ। ‘ହୃଦୟମ’ର ହିନ୍ଦୀ ରିମେକ କରଣ ଜୋହର ଏବଂ ଷ୍ଟାର ଷ୍ଟୁଡିଓ ଦ୍ୱାରା ନିର୍ମାଣ କରାଯିବ। ବଲିଉଡ ହଙ୍ଗାମା ଅନୁଯାୟୀ, ଇବ୍ରାହିମଙ୍କ ଡେବ୍ୟୁ ପାଇଁ ଏହା ଏକ ଭଲ ଫିଲ୍ମ। କିଛି ଦିନ ହେଲାଣି କରଣ ଇବ୍ରାହିମଙ୍କ କାହାଣୀ ଖୋଜୁଥିବା ବେଳେ ଏବେ ତାଙ୍କୁ କାହାଣୀ ମିଳିଯାଇଛି।

ଏହା ପୂର୍ବରୁ ଖବର ଆସିଥିଲା ​​ଯେ କରଣ ଜୋହର ସାରା ଅଲି ଖାନଙ୍କୁ ଲଞ୍ଚ କରିବାକୁ ଯାଉଛନ୍ତି। କିନ୍ତୁ ସେଥିରେ ବିଳମ୍ବ ହେବାରୁ ସାରା ‘କେଦାରନାଥ’ ଫିଲ୍ମ ସାଇନ୍ କରିଥିଲେ। ‘କେଦାରନାଥ’ର ନିର୍ଦ୍ଦେଶନା ଦେଇଥିଲେ ଅଭିଷେକ କପୁର। ଏଥିରେ ଦିବଂଗତ ଅଭିନତା ସୁଶାନ୍ତ ସିଂ ରାଜପୁତ ଓ ସାରା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର