ମୁମ୍ବାଇ: କିଛି ଦିନ ପୂର୍ବେ ଦିବଂଗତ ବଲିଉଡ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ ଖାନଙ୍କ କାନ୍ଦୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓଟି ଆସିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭିଡିଓରେ, ବାବିଲ କାନ୍ଦୁଥିଲେ ଏବଂ ଅନେକ ସେଲିବ୍ରିଟିଙ୍କ ନାମ ନେଇ ବଲିଉଡକୁ ନକଲି କହୁଥିଲେ।

Advertisment

ହେଲେ ପରେ ତାଙ୍କ ଭିଡିଓକୁ ନେଇ ବିବାଦ ହେବାରୁ ବାବିଲ ଏହି ଭିଡିଓଟିକୁ ହଟାଇ ଦେଇଥିଲେ। କିନ୍ତୁ ସେତେବେଳକୁ ଏହା ଭାଇରାଲ ହୋଇସାରିଥିଲା। ଅନେକ ବଲିଉଡ ସେଲିବ୍ରିଟି ବାବିଲଙ୍କ ସମର୍ଥନରେ ଠିଆ ହୋଇଥିବାର ଦେଖାଯାଇଥିଲା। ବାବିଲଙ୍କ ଭିଡିଓକୁ ନେଇ କିଛି ଲୋକ ପ୍ରଯୋଜକ-ନିର୍ଦ୍ଦେଶକ କରଣ ଜୋହରଙ୍କୁ ଟା‌ର୍ଗେଟ କରିଥିଲେ। ଏବେ କରଣ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। 

ଏକ ସାକ୍ଷାତକାରରେ ସେ କହିଛନ୍ତି, 'ମୁଁ ବାବଲିକୁ ଜାଣେ ନାହିଁ। ମୁଁ ତାଙ୍କ ଅତ୍ୟନ୍ତ ପ୍ରତିଭାଶାଳୀ ବାପାଙ୍କୁ ଜାଣିଥିଲି। ମୁଁ ବାବିଲଙ୍କୁ କେବଳ ରେଡ କାର୍ପେଟରେ ଭେଟିଥିଲି। ମୁଁ ଇରଫାନଙ୍କ ସ୍ତ୍ରୀ କିମ୍ବା ତାଙ୍କ ପରିବାରକୁ ମଧ୍ୟ ଜାଣିନାହିଁ। ଯେତେବେଳେ ମୁଁ ବାବିଲର ଭିଡିଓ ଦେଖିଲି, ଅନ୍ୟମାନଙ୍କ ପରି ମୋତେ ମଧ୍ୟ ଖରାପ ଲାଗିଲା। କାରଣ ମୋର ମଧ୍ୟ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ମୁଁ କେବଳ ମୋ ପିଲାମାନଙ୍କୁ ନୁହେଁ ବରଂ ମୋ ଚାରିପାଖରେ ଥିବା ଅନେକ ପିଲାଙ୍କୁ ଚାପଗ୍ରସ୍ତ ହେଉଥିବାର ଦେଖିଛି ଏବଂ ଜଣେ ବାପା ଭାବରେ ଏସବୁ ଦେଖି ମୋତେ ଖରାପ ଲାଗୁଛି।'