ମୁମ୍ବାଇ: ବଲିଉଡର ସବୁଠାରୁ ଲୋକପ୍ରିୟ ପ୍ରେମୀଯୁଗଳ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ହେବକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଆପଣ ଜାଣନ୍ତି ଯେ ଦୁହିଁଙ୍କୁ ସିନେ ନିର୍ମାତା କରଣ ଜୋହରଙ୍କ ଫିଲ୍ମ ‘ଶେରଶାହା’ରେ ଏକତ୍ର ଦେଖିବାକୁ ମିଳିଥିଲା। ତେବେ କରଣ ତାଙ୍କର ଆଗାମୀ ୩ଟି ଫିଲ୍ମରେ ସିଦ୍ଧାର୍ଥ ଓ କିଆରାଙ୍କୁ ସ୍ବାକ୍ଷର କରାଇଥିବା କଥା ଆପଣ ଜାଣିଛନ୍ତି। ଏବେ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କରଣ। କରଣ କହିଛନ୍ତି ଯେ ସେ କିଆରା ଓ ସିଦ୍ଧାର୍ଥଙ୍କୁ ଆଗାମୀ କୌଣସି ବି ଫିଲ୍ମରେ ସ୍ବାକ୍ଷର କରାଇ ନାହାନ୍ତି। ଏପରି ଏକ ଗୁଜବ ଖବର ପ୍ରଘଟ ହୋଇଚାଲିଛି। ସିଦ୍ଧାର୍ଥ ଓ କିଆରା ଉଭୟ କରଣଙ୍କର ଖୁବ୍ ପ୍ରିୟ। ସେହି କାରଣରୁ ବୋଧହୁଏ ଏପରି ଏକ ଗୁଜବ ପ୍ରଘଟ ହୋଇ ଥାଇପାରେ।
‘ଶେରଶାହା’ର ସୁଟିଂ ସମୟରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିବା ବେଳେ ଫେବ୍ରୁଆରି ୭ରେ ଜୈସଲମେରର ସୁର୍ଯ୍ୟଗଡ ପ୍ୟାଲେସରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହ ହୋଇଛି।
View this post on Instagram
ବଲିଉଡରୁ ଆରମ୍ଭ କରି ସାଉଥ ସିନେମାର ତାରକାମାନେ ସିଦ୍ଧାର୍ଥ-କିଆରାଙ୍କ ବିବାହରେ ଯୋଗ ଦେଇଥିବା ନେଇ ଚର୍ଚ୍ଚା ହୋଇଥିଲା। ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଦୁହିଁଙ୍କ ବିବାହରେ ଯୋଗ ଦେଇଥିବାର ଫଟୋ ସାମ୍ନାକୁ ଆସିଥିଲା।ମିଳିଥିବା ସୂଚନା ଅନୁଯାୟୀ କରଣ ଜୋହର ତାଙ୍କର ଆଗାମୀ ତିନୋଟି ଚଳଚ୍ଚିତ୍ର ପାଇଁ ସିଦ୍ଧାର୍ଥ-କିଆରାଙ୍କୁ ସାଇନ୍ କରିଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। କରଣଙ୍କ ଆଗାମୀ ୩ଟି ଫିଲ୍ମରେ ଦୁହେଁ ସାଥିରେ ନଜର ଆସିବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା।