ରିଷିଙ୍କୁ ମନେ ପକାଇଲେ କରନ୍

ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ କ‌ରନ ଜୋହର ରିଷି କପୁରଙ୍କର ବହୁତ ବଡ଼ ପ୍ରଶଂସକ। ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ ରିଷିଙ୍କ ସହ ଏକ ପୁରୁଣା ଦିନର ଘଟଣାକୁ ମନେ ପକାଇଥିଲେ। କରନଙ୍କ ଧର୍ମା ପ୍ରଡକ୍ସନ୍‌ ଦ୍ବାରା ନିର୍ମିତ ‘ଅଗ୍ନିପଥ’ ଓ ‘କପୁର ଆଣ୍ଡ୍‌ ସନ୍‌ସ’ ଚଳଚ୍ଚିତ୍ର ଏବଂ ୨୦୧୨ରେ କରନ୍‌ଙ୍କ ନିର୍ଦ୍ଦେଶନାରେ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ରେ ରିଷି କାମ କରିଥିଲେ। ସେତେବେଳେ କରନଙ୍କୁ ରିଷି କହିଥିଲେ, ତୁମେ ଏହି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେବାକୁ ଯାଉଛ। ମାତ୍ର ତୁମେ ମୋ ଚରିତ୍ର ସମ୍ବନ୍ଧରେ କିଛି କହି ନାହଁ। କରନ ଆହୁରି କହିଛନ୍ତି, ‘‘ଷ୍ଟୁଡେଣ୍ଟ ଅଫ ଦ ଇୟର୍‌ ଚଳଚ୍ଚିତ୍ରର ‘ରାଧା’ ଗୀତର ନିର୍ଦ୍ଦେଶନା ଦେଉଥିବା ବେଳେ ସେଟ୍‌ରେ ପ୍ରଥମ ସଟ୍‌ ଦେଇଥିଲେ ରିଷି। ତାହା ମତେ ଭାବପ୍ରବଣ କରିଦେଇଥିଲା। ଏହାର ସୁଟିଂ ସରିବା ପରେ ମୋ ଆଖି ଛଳଛଳ ହେଇଯାଇଥିଲା। ଲୁହ ପୋଛି ମୁଁ ରିଷିଙ୍କୁ କୁଣ୍ଢାଇ ପକାଇଥିଲି।’’

ସମ୍ବନ୍ଧିତ ଖବର