ମୁମ୍ବାଇ: ସାରା ଅଲ୍ଳୀ ଖାନ୍‌ ହେଉଛନ୍ତି ବଲିଉଡ୍‌ର ଜଣେ ଲୋକପ୍ରିୟ ଅଭିନେତ୍ରୀ। ସେ ଅନେକ ସମୟରେ ଭିନ୍ନ ଭିନ୍ନ କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଏ ମେରେ ବତନ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି।

Advertisment

‌ଗୋଆରେ ଆୟୋଜିତ ‘ଆଇଏଫ୍‌ଏଫ୍‌ଆଇ ୨୦୨୩’ରେ କରଣ ଜୋହର ସାରାଙ୍କ ନୂଆ ଫିଲ୍ମର ମୋସନ୍‌ ପିକ୍ଚର ରିଲିଜ୍‌ କରିଛନ୍ତି। ସେଠାରେ କରଣ ମଜାକିଆ ଅନ୍ଦାଜରେ କହିଥିଲେ କି ତାଙ୍କର ଅନ୍ୟ ଏକ ଲକ୍ଷ୍ୟ ବି ଅଛି। ତାହା ହେଉଛି ଏକ ଭଲ ଯୁବକ ଖୋଜି ସାରା ଅଲ୍ଲୀ ଖାନ୍‌ଙ୍କ ବିବାହ କରାଇବା।

ସେ ଆହୁରି ବି କହିଛନ୍ତି ଯେ ତାଙ୍କ ଭିତରେ ମ୍ୟାଚ୍‌ ମେକର୍‌ କ୍ବିନ୍‌ ସୀମା ଛପରିୟା ଲୁଚିଛି। ସେ ଜଣେ ପଞ୍ଜାବୀ ‘ଆଣ୍ଟି’ଙ୍କ ଭଳି। ଯିଏକି ଲୋକଙ୍କୁ ଯୋଡ଼ିବାକୁ ଭଲପାଆନ୍ତି ବେ‌ାଲି ସ୍ବୀକାର କରିଛନ୍ତି କରଣ। ସାରା ବି କରଣଙ୍କ କଥା ଶୁଣି ଖୁବ୍ ହସିବାକୁ ଲାଗନ୍ତି। ଗତଥର ‘କଫି ଉଇଥ୍‌ କରଣ’ରେ ସାରା କହିଥିଲେ ଯେ ସେ ରଣବୀର ଓ ଆଲିଆଙ୍କ ପରି ବିବାହ କରିବାକୁ ଚାହାନ୍ତି।

ଆପଣ ଜାଣିଥିବେ ନିଶ୍ଚୟ ଯେ ପୂର୍ବରୁ ସାରା ଅଲ୍ଲୀ ଖାନ୍‌ ଓ କାର୍ତ୍ତିକ ଆର୍ଯ୍ୟାନ ପ୍ରେମ ସଂପର୍କରେ ଥିଲେ। କରଣ ଜୋହରଙ୍କ ‘କଫି ଉଇଥ୍‌ କରଣ’ର ଅଷ୍ଟମ ସିଜିନ୍‌ରେ ସାରା ଅଲ୍ଲୀ ଖାନ୍‌ ମନ ଖୋଲି କଥା ହୋଇଥିଲେ। ଗପସପ କରିବା ଭିତରେ କରଣ ସାରାଙ୍କୁ କାର୍ତ୍ତିକଙ୍କ ସହ ସଂପର୍କକୁ ନେଇ ପ୍ରଶ୍ନ ପଚାରିଥିଲେ। ତେବେ ଏଥିରେ ଏକଦମ ଭାବପ୍ରବଣ ଉତ୍ତର ଦେଇଥିଲେ ସାରା। କରଣଙ୍କ ପ୍ରଶ୍ନ ଥିଲା, ‘‘କାର୍ତ୍ତିକଙ୍କ ବନ୍ଧୁ ବନିରହିବା କେତେ ସହଜ?’’ ଉତ୍ତରରେ ସାରା କହିଥିଲେ, ‘‘ମୁଁ ଏପରି କହିବିନି ଯେ ଏହା ସହଜ। କାରଣ ଖୁବ୍‌ ଛୋଟ ଶୁଭୁଛି। ଯେବେ ଆପଣ କାହାକୁ ବୃତ୍ତିଗତ ଓ ବ୍ୟକ୍ତିଗତ ସ୍ତରରେ ଭଲପାଉଛନ୍ତି ବା ତାଙ୍କ ଉପରେ ନଜର ଭାବପ୍ରବଣତା ଜମା କରୁଛନ୍ତି ତ ଫରକ ପଡ଼ିଥାଏ। ଏ ବିଷୟରେ ଏହା କୁହାଯାଇପାରିବନି ଯେ ଯାହା ହେଲା ହେଲା, କିଛି ଫରକ ପଡୁନି। ଫରକ ପଡ଼େ, ତା’ ସତ୍ତ୍ବେ ବି ଆମକୁ ଆଗକୁ ବଢ଼ିବାକୁ ହୋଇଥାଏ।’’