ଶାହାରୁଖ୍‌ ସବୁ କିଛି କରି ପାରିବେ କିନ୍ତୁ ସ୍କ୍ରିନ୍‌ ଉପରେ ସହଜରେ ହସି ପାରିବେ ନାହିଁ : କରଣ ଜୋହର

ମୁମ୍ବାଇ : ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ରୁ ନିଜର ନିର୍ଦ୍ଦେଶନା କ୍ୟାରିୟର୍‌ ଆରମ୍ଭ କରିଥିଲେ କରଣ ଜୋହର । ଫିଲ୍ମ ନିର୍ଦ୍ଦେଶନାକୁ ଆସି ତାଙ୍କର ୨୦ବର୍ଷ ପୂରି ଥିବା ବେଳେ ଫିଲ୍ମରେ ଅଭିନୟ କରିଥିବା ସବୁ କଳାକାରଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି । ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଥିବା ବଲିଉଡ୍‌ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ ଏବେ ଗ୍ଲୋବାଲ ଷ୍ଟାର ନାମରେ ପରିଚିତ । ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ରୁ ନିଜର ନିର୍ଦ୍ଦେଶନା ଦାୟିତ୍ୱ ଆରମ୍ଭ କରିଥିବା କରଣ ଏବେ ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକମାନଙ୍କୁ ମଧ୍ୟରୁ ଜଣେ । କରଣ ନିର୍ଦ୍ଦେଶନାରେ ଏତେ ଆଗକୁ ଆସିବେ ବୋଲି ପ୍ରଥମ ଫିଲ୍ମରୁ ଜଣା ପଡ଼ି ଯାଇଥିଲା । ପ୍ରଥମ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ ରିଲିଜ୍‌ ପରେ ବକ୍ସ ଅଫିସରେ ବଡ଼ ସଫଳତା ପାଇବା ସହ ଅନେକ ଆଓ୍ଵାର୍ଡ଼ ମଧ୍ୟ ଜିତିଥିଲା ।

Indiatimes.com

ଏବେ ଫିଲ୍ମକୁ ୨୦ବର୍ଷ ପୂରିଥିବା ବେଳେ କରଣ ଶାହାରୁଖ୍‌ଙ୍କୁ ନେଇ ଏକ ମଜାଦାର କଥା ସେୟାର କରିଛନ୍ତି । ଶାହାରୁଖ୍‌ ଜଣେ ବହୁତ ଭଲ ଅଭିନେତା ସତ କିନ୍ତୁ ଯଦି ଆପଣ ତାଙ୍କୁ ହସିବା ପାଇଁ କହିବେ, ହସିବା ପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିବ । ଫିଲ୍ମରେ କୌଣସି ଦୃଶ୍ୟରେ ନିଜର ପ୍ରକୃତ ହସ ଆଣିବା ପାଇଁ କହିଲେ ତାହା ତାଙ୍କ ପାଇଁ କଷ୍ଟ ହୋଇ ଯାଇଥାଏ । ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ରେ କିଛି ଏମିତି ଦୃଶ୍ୟ ଥିଲା ଯେଉଁଠି ଶାହାରୁଖ୍‌ଙ୍କୁ ହସିବାର ଥିଲା । କିନ୍ତୁ ସେହି ଦୃଶ୍ୟ ପାଇଁ ସେ ବାରମ୍ବାର ରିଟେକ୍‌ ନେଇ ଚାଲିଥିଲେ ବୋଲି କରଣ କହିଥିଲେ । ଏହି କଥାଟି ସେ ଏକ ରିୟାଲିଟି ସୋ’ରେ ଯୋଗ ଦେଇ କହିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର