ନିକଟରେ ପ୍ରେମିକାଙ୍କ ସହ ବ୍ରେକ୍‌-ଅପ୍‌ କରିଛନ୍ତି କରଣ, ବରୁଣଙ୍କ ପ୍ରଶ୍ନର ଉତ୍ତର ଦେଇ କଲେ ଖୁଲାସା

ମୁମ୍ବାଇ: ‘କଫି ଉଇଥ୍‌ କରଣ’ରେ ଆପଣ ଅନେକ ସେଲିବ୍ରେଟିଙ୍କ ବ୍ୟକ୍ତିଗତ ଜୀବନର ଖୁଲାସା ହେବାର ଦେଖିଥିବେ। ମାତ୍ର କେବେ କରଣ ଜୋହରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି କଥାର ଖୁଲାସା ହେବାର ଦେଖିଛନ୍ତି କି? ପ୍ରଥମ ଥର ପାଇଁ ସୋ’ରେ ସିନେ ନିର୍ମାତା କରଣ ଜୋହରଙ୍କ ପ୍ରେମ ବ୍ୟାପାର ସଂପର୍କରେ କିିଛି କଥା ଖୁଲାସା ହେବାର ଦେଖିବାକୁ ମିଳିଛି।

କରଣ ଜୋହର ତାଙ୍କ ଚାଟ୍‌ ସୋ’ରେ ଅନୀଲ କପୁର ଓ ବରୁଣ ଧାୱନଙ୍କ ସହ କଥା ହେବା ବେଳେ ଏବେ ସେ ସିଙ୍ଗ୍‌ଲ ଥିବା କଥା କହିଛନ୍ତି। ଯସେ ଯାହା ସହ ସଂପର୍କରେ ଥିଲେ ଏବେ ତାଙ୍କ ସହ ସଂପର୍କ ଛିନ୍ନ ହୋଇଛି ସାରିଛି ବୋଲି ସେ କହିଥିବାର ଶୁଣିବାକୁ ମିଳୁଛି। ସେ ଆହୁରି ବି କହିଛନ୍ତି ଯେ ସେ ସଂପର୍କରୁ ବାହାରିବା ସମୟରେ ବରୁଣ ହିଁ ଥିଲେ, ଯିଏକି ତାଙ୍କୁ ଖୁବ୍‌ ସମର୍ଥନ ଦେଇଥିଲେ। ତେବେ ସେ ଯାହା ସହ ସଂପର୍କରେ ଥିଲେ ତାଙ୍କ ସହ ସଂପର୍କ ଭାଙ୍ଗି ଯାଇଥିବା କଥାର ଖୁଲାସା କରିବାକୁ ବରୁଣ ହିଁ ତାଙ୍କୁ ବାଧ୍ୟ କରିଥିଲେ।

ସୋ’ରେ ପ୍ରଥମେ ବରୁଣ କରଣଙ୍କୁ କହିଥିଲେ କି ତୁମେ କାହାକୁ ପ୍ରେମରେ କେବେ ଆଘାତ ଦେଇଛ ବା ଆଘାତ ପାଇଛ କି? କରଣ କହିଥିଲେ ଯେ ମୁଁ କେବେ କାହାକୁ ସଂପର୍କରେ ଧୋକା ଦେଇନାହିଁ। ତା’ପରେ ବରୁଣ କହିଥିଲେ ଯେ ତାମାନେ ତମେ ଜାତୀୟ ଟେଲିଭିଜନରେ ସ୍ବୀକାର କରୁଛ ଯେ ସଂପର୍କରେ ଥିବା କଥା? ତାପରେ କରଣ କହୁଛନ୍ତି ତମକୁ ଜଣାଅଛି ଯେ ମୁଁ ଏବେ ଆଉ ସଂପର୍କରେ ନାହିଁ। ତମେ ଭଲ କରି ଜାଣିଛ ଯେ ମୁଁ ସଂପର୍କକୁ ବିଚ୍ଛିନ୍ନ ହୋଇସାରିଛି।

 

ସମ୍ବନ୍ଧିତ ଖବର