ଭଲ କଳାକାର ହେବା ପାଇଁ ଜଣଙ୍କର ହୃଦୟ ଭଙ୍ଗିଥିବା ନିହାତି ଆବଶ୍ୟକ: କରଣ ଜୋହର

ମୁମ୍ବାଇ : ଜଣେ ସାଧାରଣ ଲୋକ ନିଜକୁ ଲାଇମ୍‌ଲାଇଟ୍‌କୁ ଆଣିବା ପାଇଁ ଅନେକ ଚେଷ୍ଟା କରିଥାଏ । ଭଲ କଳାକାର ହେବା ସହ ଲୋକମାନେ ତା’ କଳାର କିପରି ପ୍ରଶଂସା କରନ୍ତୁ ସେ ଚେଷ୍ଟାରେ ଜଣେ କଳାକାର ସବୁବେଳେ ରହିଥାଏ । ତେବେ ଜଣେ ଭଲ କଳାକାର ହେବା ପାଇଁ ସବୁଠାରୁ ଆବଶ୍ୟକତା କ’ଣ ରହିବା ଦରକାର ସେ ନେଇ ଖୁଲାସା କରିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଏବଂ ଜଣାଶୁଣା ନିର୍ଦ୍ଦେଶକ ଏବଂ ପ୍ରଯୋଜକ କରଣ ଜୋହର ।

Daily Mail

ସୋମବାର ଇସ୍କ ୧୦୪.୮ଏଫ୍‌ଏମ୍‌କୁ ଲଞ୍ଚ କରିବା ଅବସରରେ କରଣ ନିଜର ମନ କଥା କହିଛନ୍ତି । ଜଣେ ଭଲ କଳାକାର ହେବା ପାଇଁ ହେଲେ ଜଣଙ୍କର ହୃଦୟ ଭାଙ୍ଗିଥିବା ନିିହାତି ଦରକାର । ଏହା ପରେ ହିଁ ସେମାନେ ପରଦା ଉପରେ ନିଚ୍ଛକ ଅଭିନୟ କରି ପାରିବେ ଏବଂ ତାଙ୍କ ଅଭିନୟ ବାସ୍ତବ ଲାଗିବ । ସୂଚନା ମୁତାବକ, ଏହି ଏଫ୍‌ଏମ୍‌ ଲଞ୍ଚ ଅବସରରେ କରଣଙ୍କ ସହ ଉପସ୍ଥିତ ଥିଲେ ଅଭିନେତ୍ରୀ ନେହା ଧୂପିଆ,ନିର୍ଦ୍ଦେଶକ ଇମ୍‌ତିଆଜ ଅଲ୍ଲୀ ଏବଂ ଅଭିନେତା ରଣବିଜୟ ସିଂ । ଏହି ଅବସରରେ କରଣଙ୍କୁ ଭଲ କଳାକାର ହେବାକୁ ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଣ ବୋଲି ପଚରାଯିବା ପରେ ସେ ଭଙ୍ଗା ହୃଦୟ କଥା କହିଥିଲେ । ଯାହର ହୃଦୟ ଭାଙ୍ଗିଥିବ ସେ ପରଦା ଉପରେ କରୁଥିବା ଦୃଶ୍ୟରେ ଜୀବନ ଆଣି ପାରିବ । ତା’ ଆଖିରେ ସେ ସବୁ କହି ପାରିବାର କ୍ଷମତା ରଖୁଥିବ । ଯାହାଦ୍ୱାରା ଦର୍ଶକଙ୍କୁ ଦୃଶ୍ୟଟି ଭଲ ଲାଗିବା ସହ ସେମାନେ ମଧ୍ୟ ଅନୁଭବ କରି ପାରିବ ।

ସମ୍ବନ୍ଧିତ ଖବର