ଡାଏପର ପିନ୍ଧିବା ବୟସରେ ତୈମୁରଙ୍କ ବିବାହ ହେଲା ସ୍ଥିର !

ନୂଆଦିଲ୍ଲୀ: କରିନା କପୁର ଓ ସୈଫ ଅଲି ଖାନ୍‌ଙ୍କ ପୁଅ ତୈମୁର ଓ କରଣ ଜୋହରଙ୍କ ପିଲା ୟଶ ଓ ରୁହି ତିନିଜଣ ଭଲ ସାଙ୍ଗ। ଏହି ତିନିଜଣ ଶିଶୁଙ୍କ ଫ୍ୟାନ୍‌ପେଜ ରହିବା ସହିତ ସୋସିଆଲ ମିଡିଆରେ ଏମାନେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ତୈମୁର, ୟଶ ଓ ରୁହି ଏବେ ସଠିକ୍‌ ଭାବେ କଥା ହେବା ବି ଶିଖି ନାହାନ୍ତି କିନ୍ତୁ ଏହି ଶିଶୁଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସିଛି। ନିକଟରେ କରଣ ଜୋହର ଏକ ଖୁଲାସା କରିଛନ୍ତି। ସେ ତାଙ୍କ ଝିଅକୁ କରିନାଙ୍କ ପୁଅ ତୈମୁରକୁ ଭାଇ କହିବାକୁ ମନା କରିଛନ୍ତି।

କରନ୍‌ ଜୋହର ରେଡିଓ ସୋ’ କଲିଂ କାରଣ ହୋଷ୍ଟ କରୁଛନ୍ତି। ଏହି ସୋ’ରେ ସେ କଥା କଥାରେ କହିଛନ୍ତି ଆମ ସାମଜରେ ପିଲାଙ୍କ ଉପରେ ସମ୍ପର୍କର ଚାପ ଦିଆଯାଇଥାଏ। ରୁହିର ନେନି ସବୁବେଳେ ତୈମୁରକୁ ଭାଇ କହିବାକୁ ଶିଖାଇ ଥାଆନ୍ତି, କିନ୍ତୁ କରନ୍‌ ଏଥିରେ କାଦାପି ରାଜି ହୁଅନ୍ତି ନାହିଁ। କରନ୍‌ ନେନିଙ୍କୁ କହନ୍ତି, କ’ଣ ପାଇଁ ? ଯଦି ୨୦ବର୍ଷ ପରେ ତୈମୁର ଓ ରୁହି ଏକାଠି ରହିବାକୁ ଚାହାନ୍ତି ତେବେ କ’ଣ କରିବ? କିଛି ବି ହୋଇପାରେ? ସମସ୍ତଙ୍କ ପସନ୍ଦ ଭିନ୍ନଭିନ୍ନ ରହିଥାଏ। ସେଥିପାଇଁ ଏବେ ଠୁ ତାଙ୍କ ଉପରେ କୌଣସି ଚାପ ଦେବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର