ମୁମ୍ବାଇ : ବକ୍ସ ଅଫିସକୁ ଭିନ୍ନ ଧରଣର ଫିଲ୍ମ ଆଣିବା ଏବଂ ନବାଗତାମାନଙ୍କୁ ଫିଲ୍ମରେ ସୁଯୋଗ ଦେଉଥିବା ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଏବେ ନିଜର ଏକ ଫିଲ୍ମକୁ ବର୍ଷେ ହେଲାଣି ରିଲିଜ୍ କରି ପାରୁ ନଥିବା ଜଣାପଡ଼ିଛି । ଫିଲ୍ମର ନାମ ‘ଡ୍ରାଇଭ୍’ ଥିବା ବେଳେ ମୁଖ୍ୟ ଭୂମିକାରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ଏବଂ ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାଡିଜ୍ ଥିବା ଜଣାପଡ଼ିଛି। ୨୦୧୭ରୁ ଫିଲ୍ମର ସବୁ କାମ ସରିଥିଲେ ବି ବିଭିନ୍ନ କାରଣ ପାଇଁ ଏହା ରିଲିଜ୍ ହୋଇ ପାରୁନାହିଁ । ସୁଟିଂ ପରେ ଏହାର କିଛି ଦୃଶ୍ୟକୁ ଆଉ ଥରେ ରି-ସୁଟ୍ କରିବା ପାଇଁ ମଧ୍ୟ ଚିନ୍ତା କରିଥିଲେ କରଣ । ବିଦେଶରେ ଫିଲ୍ମର ଏକାଧିକ ଦୃଶ୍ୟର ସୁଟିଂ ହୋଇଥିଲା। ପରେ କିଛି ଦୃଶ୍ୟକୁ ରି-ସୁଟ୍ ବି କରାଯାଇଛି। ତେବେ, ୨୦୧୮ରେ ଫିଲ୍ମଟି ରିଲିଜ୍ ହେବ ବୋଲି ଶୁଣାଯାଇଥିଲା। ମାତ୍ର ଏବେ ଫିଲ୍ମ ‘କେଦାରନାଥ’ ରିଲିଜ୍ ହେବା ପରେ କରଣ ଜୋହର ପୁଣି ଥରେ ପଛଘୁଞ୍ଚା ଦେଉଥିବା ଜଣାପଡ଼ିଛି ।
/sambad/media/post_attachments/wp-content/uploads/2018/12/karan-johar-759-300x167.jpg)
ସୂଚନା ମୁତାବକ, କିଛି ବର୍ଷ ହେଲାଣି ସୁଶାନ୍ତଙ୍କ ଫିଲ୍ମ କ୍ୟାରିୟର ମାନ୍ଦା ହୋଇ ପଡ଼ିଥିବା ବେଳେ ଅନେକ ନିର୍ଦ୍ଦେଶକ ତାଙ୍କ ସହ ଫିଲ୍ମ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଫିଲ୍ମ ‘କେଦାରନାଥ’ ପରେ ସୁଶାନ୍ତଙ୍କ ମାନ୍ଦାବସ୍ଥା ଦୂର ହେବ ବୋଲି ଭାବି କରଣ ‘କେଦାରନାଥ’ ପରେ ନିଜର ଫିଲ୍ମ ‘ଡ୍ରାଇଭ୍’କୁ ରିଲିଜ୍ କରିବେ ବୋଲି ଭାବିଥିଲେ । କିନ୍ତୁ ଫିଲ୍ମରେ ସୁଶାନ୍ତଙ୍କ ପ୍ରଦର୍ଶନ କାହାକୁ ସେତେଟା ଖାସ୍ ନ ଲାଗିବା ହେତୁ ଏବେ କରଣ ପୁଣି ତାଙ୍କର ‘ଡ୍ରାଇଭ୍’ ଫିଲ୍ମ ରିଲିଜ୍କୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି।