ବିହାରରେ ନିଷେଧ ହେବ କି କରନ ଜୋହର, ସଲ୍‌ମାନ ଓ ଆଲିଆଙ୍କ ଚଳଚ୍ଚିତ୍ର!

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା କେବଳ ବଲିଉଡ୍‌ କିମ୍ବା ତାଙ୍କ ପରିବାରଲୋକଙ୍କୁ ସ୍ତବ୍ଧ କରି ଦେଇନି, ସାରା ଦେଶରେ ଏକ ଅଶାନ୍ତିର ବାତାବରଣ ଖେଳାଇ ଦେଇଛି। ସୁଶାନ୍ତଙ୍କ ବନ୍ଧୁମାନେ ସାମାଜିକ ଗଣମା‌ଧ୍ୟମରେ କିଛି ଭାବନାତ୍ମକ ପୋଷ୍ଟ କରି ଚାଲିଥିବା ବେଳେ ତାଙ୍କ ପ୍ରଶଂସକମାନେ କିନ୍ତୁ ବଲିଉଡ୍‌ରେ ସ୍ବଜନତୋଷଣ ନୀତି ବିରୁଦ୍ଧରେ ଗର୍ଜିବା ଆରମ୍ଭ କରିଦେଇଛନ୍ତି। ବିଶେଷକରି ଭାଇଜାନ୍‌ ସଲ୍‌ମାନ୍‌ ଖାନ୍‌, ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଚଳଚ୍ଚିତ୍ର ନିର୍ମାତା କରନ ଜୋହରଙ୍କୁ ସାମାଜିକ ଗଣମାଧ୍ୟମରେ ବେଶି ଟାର୍ଗେଟ୍‌ କରାଯାଉଛି। ବିହାରରେ ଏହି ତିନି ଜଣଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ଏହି ତିନିଙ୍କ ଚଳଚ୍ଚିତ୍ରକୁ ବିହାରରେ ନିଷେଧ କରିବାକୁ ଜନମତ ଏକାଠି ହେଉଥିବା ଜାତୀୟ ଗଣମାଧ୍ୟମରେ ଖବର ଆସୁଛି।

ସମ୍ବନ୍ଧିତ ଖବର