ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ରିଆଲିଟି ସୋ’ ବିଗ୍ ବସ୍କୁ ସଲମାନ ଖାନ ଅନେକ ବର୍ଷ ହେବ ହୋଷ୍ଟ କରି ଆସୁଥିବା ବେଳେ ଚଳିତ ଥର ଏହାକୁ କରନ ଜୋହର ଭିନ୍ନ ଏକ ଅନ୍ଦାଜରେ ହୋଷ୍ଟ କରିବେ ବୋଲି ଖବର ଆସିଛି।
ସୂଚନା ମୁତାବକ, କରନ୍ ଜୋହର ଓଟିଟିରେ ପ୍ରସାରିତ ହେବାକୁ ଥିବା ବିଗ୍ବସ୍ ସିଜନ-୧୫ର ପ୍ରଥମ ୬ ସପ୍ତାହ ହୋଷ୍ଟ କରିବେ। ଏହାର ପ୍ରିମିୟର ଅଗଷ୍ଟ ୮ ତାରିଖରେ ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଡିଜିଟାଲ ରିଲିଜ ପରେ ବିଗ୍ ବସ୍-୧୫କୁ ତା’ର ପୁରୁଣା ପ୍ଲାଟଫର୍ମ କଲର୍ସ ଚ୍ୟାନେଲରେ ଲଞ୍ଚ କରାଯିବ। ସେପଟେ ବିଗ୍ବସ୍ ହୋଷ୍ଟକୁ ନେଇ କରନ୍ ବେଶ୍ ଉତ୍ସାହିତ ଅଛନ୍ତି।
ଏହି ଖବରକୁ ନେଇ କରନ କହନ୍ତି, ‘ମୁଁ ଆଉ ମୋର ମା’ ବିଗ୍ବସ୍ର ବଡ ଫ୍ୟାନ୍। ସୋ’ର ଗୋଟିଏ ବି ଏପିସୋଡ୍ ମିସ୍ କରେ ନାହିଁ। ମୋତେ ସୋ’ ହୋଷ୍ଟ କରିବା ବେଶ୍ ପସନ୍ଦ। ଓଟିଟିରେ ‘ବିଗ୍ ବସ୍ ସୋ’ ହୋଷ୍ଟ କରିବା ମୋ ପାଇଁ ଏକ ବଡ କଥା।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Karan-Johar-1.jpg)