ପାଣ୍ଡ୍ୟାଙ୍କ ପରେ ଏବେ ବିବାଦରେ କରଣ ଜୋହର: ଅନୁଷ୍କାଙ୍କୁ ନେଇ ଦେଇଥିବା ବୟାନ ପାଇଁ ହେଲେ ଟ୍ରୋଲ

ମୁମ୍ବାଇ : କିଛି ଦିନ ତଳେ ‘କଫି ଉଇଥ୍‌ କରଣ ସିଜିନ୍‌-୬’ରେ ଯୋଗ ଦେଇ ଭାରତୀୟ କ୍ରିକେଟର ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏବଂ କେ.ଏଲ୍‌ ରାହୁଲ ଯେଉଁ ବିବାଦୀୟ ମନ୍ତବ୍ୟ ଦେଇଥିଲେ,ସେ ନେଇ ସେମାନଙ୍କୁ ଟ୍ରୋଲ ହେବାକୁ ପଡ଼ିଥିଲା । ଦୁହିଁଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଦୁହିଁଙ୍କୁ ଖେଳରୁ ବାସନ୍ଦ କରାଯାଇଥିଲା । କରଣଙ୍କ ପାଇଁ ଦୁହେଁ ବିବାଦରେ ଫସିଥିବା ବେଳେ ଏବେ କରଣ ନିଜର ମନ୍ତବ୍ୟ ପାଇଁ ବିବାଦରେ ଫସିଛନ୍ତି । ଫିଲ୍ମ ‘ଏ ଦିଲ୍‌ ହେ ମୁସ୍‌କିଲ’ରେ ଅନୁଷ୍କାଙ୍କ ଚରିତ୍ରକୁ ନେଇ ସେ ଯେଉଁ ମନ୍ତବ୍ୟ ରଖିଥିଲେ । ତାହାକୁ ନେଇ ସେ ଟ୍ରୋଲ ହୋଇଛନ୍ତି।

clickittefaq.com

ସୂଚନା ମୁତାବକ, ଫିଲ୍ମ ‘ଏ ଦିଲ୍‌ ହେ ମୁସ୍‌କିଲ’ରେ ଫିଲ୍ମର ଶେଷ ଭାଗରେ ଅନୁଷ୍କା କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିବା ଦେଖା ଯାଇଥିଲା । ଏବେ ଫିଲ୍ମରେ ଅନୁଷ୍କାଙ୍କୁ ମରିବାର ଥିଲା କାରଣ ସେ ଅୟାନ(ରଣବୀର କପୁର)ଙ୍କୁ ଭଲ ପାଉ ନଥିଲେ ବୋଲି କହିଛନ୍ତି କରଣ । “ମୁଁ ଏହି ଚରିତ୍ରକୁ ଲେଖିଥିଲି । ଅୟାନ ତାଙ୍କୁ ଏତେ ଭଲ ପାଉଥିବା ବେଳେ ଅନୁଷ୍କା ତାଙ୍କୁ ଭଲ ପାଉ ନଥିଲେ । ଯାହା ପାଇଁ ତାଙ୍କୁ ଦଣ୍ଡ ମିଳିବାର ଥିଲା । ସେଥିପାଇଁ ଅନୁଷ୍କାଙ୍କୁ କର୍କଟ ରୋଗ ହୋଇଥିଲା ଏବଂ ସେ ଶେଷର ମୃତ୍ୟୁବରଣ କରିଥିଲେ । ଫିଲ୍ମ ନିର୍ମାତା ଭଗବାନ ହୋଇଥାନ୍ତି । ସେ ଲେଖନ୍ତି,ସୃଷ୍ଟି କରନ୍ତି ଏବଂ ନଷ୍ଟ କରନ୍ତି” ବୋଲି କହିଥିଲେ କରଣ ।

ଏହା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । କିଛି ଲୋକ,ମହିଳାମାନେ କେଉଁ ପୁଅର ପ୍ରେମ ପ୍ରସ୍ତାବକୁ ଅସ୍ୱୀକାର କର ନାହିଁ,ନ ହେଲେ କର୍କଟ ରୋଗ ହୋଇଯିବ ବୋଲି ଲେଖିଥିବା ବେଳେ କିଛି ଲୋକ କିଭଳି ଚିନ୍ତାଧାରା ତୁମର ବୋଲି ଲେଖି ଟ୍ରୋଲ କରିଥିଲେ ।

ସମ୍ବନ୍ଧିତ ଖବର