କରଣଙ୍କ ଖୁଲାସା: ‘କୁଛ୍‌ କୁଛ୍‌ ହୋତା ହେ’ର ରିମେକ୍‌ରେ ନଜର ଆସିବେ ଏହି ୩ବଲିଉଡ୍‌ କଳାକାର

ମୁମ୍ବାଇ : ବଲିଉଡ୍‌ ଫିଲ୍ମ ଇତିହାସରେ ସବୁଦିନ ଲୋକପ୍ରିୟ ହୋଇ ରହିବ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହେ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌, ଅଭିନେତ୍ରୀ କାଜୋଲ ଓ ରାଣୀ ମୂଖାର୍ଜୀ ନଜର ଆସିଥିଲେ । ଏହି ଫିଲ୍ମ ପ୍ରେମର ଏକ ନୂଆ ଅର୍ଥ ଦର୍ଶକଙ୍କୁ ବୁଝାଇଥିଲା । ତେବେ ଫିଲ୍ମକୁ କିଛି ଦିନ ତଳେ ମେଲବର୍ଣ୍ଣରେ ଚାଲିଥିବା ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯାଇଥିଲା ।

Image result for karan-johar-wants-to-cast-ranveer-jahnavi-and-alia-in-remake-of-kuch-kuch-hota-hai
Dainik Bhaskar

ସେ ସମୟରେ ଉପସ୍ଥିତ ଥିଲେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର । ତେବେ ଫିଲ୍ମଟି ଏବେ ନିର୍ମାଣ ହୋଇଥିଲେ, କେଉଁ କଳାକାରଙ୍କୁ ନେଇଥାନ୍ତ ବୋଲି କରଣଙ୍କୁ ପଚରାଯିବା ପରେ ରାହୁଲଙ୍କ ଚରିତ୍ରରେ ରଣବୀର ସିଂହଙ୍କୁ ନେଇଥାନ୍ତି ବୋଲି କହିଥିଲେ କରଣ । ଏହା ସହ ଟିନାଙ୍କ ଚରିତ୍ରରେ ଜାହ୍ନବୀ କପୁର ଓ ଅଞ୍ଜଲିଙ୍କ ଚରିତ୍ରରେ ଆଲିଆ ଭଟ୍ଟଙ୍କୁ ନେଇଥାନ୍ତି ବୋଲି କରଣ କହିଥିଲେ । ତେବେ ଯଦି ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହେ’ର ରିମେକ୍‌ରେ ଏହି ୩କଳାକାର ନଜର ଆସନ୍ତି, ସେମାନଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି, ତାହା ଭବିଷ୍ୟତରେ ଜଣା ପଡ଼ିବ ।

ସମ୍ବନ୍ଧିତ ଖବର