ଏହି ଅଭିନେତ୍ରୀଙ୍କ ବିବାହ ଦୃଶ୍ୟ ଦେଖିବା ପରେ ବାହା ହେବା ପାଇଁ ମନ କରିଥିଲେ କରଣ ଜୋହର

ମୁମ୍ବାଇ : ବିବାହ ନ କରି ମଧ୍ୟ ଦୁଇଟି ସନ୍ତାନର ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର । କେବେ ବିବାହ ନ କରିବାର ମନ କରି ସାରିଥିବା କରଣ ଥରେ ବିବାହ କରିବେ ବୋଲି ମନ ବଳାଇଥିଲେ । ବଲିଉଡ୍‌ର ଜଣେ ଅଭିନେତ୍ରୀଙ୍କ ବିବାହ ଦେଖିବା ପରେ ସେ ବି ବିବାହ କରିବେ ବୋଲି ମନସ୍ଥ କରିଥିଲେ । ଅଭିନେତ୍ରୀଙ୍କ ବିବାହ ସମୟରେ ଫଟୋ ଏବଂ ଭିଡିଓ ଦେଖିବା ପରେ ତାଙ୍କ ମନକୁ ବିବାହ କରିବା କଥା ଆସିଥିଲା । ତେବେ ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଅନୁଷ୍କା ଶର୍ମା ।

iDiva

ଇଟାଲୀରେ ସେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ବିବାହ କରିଥିବା ବେଳେ ବିବାହ ମଣ୍ଡପକୁ ଆସୁଥିବାର ଭିଡ଼ିଓ ଦେଖି କରଣ ଭାବୁକ ହୋଇ ଯାଇଥିଲେ । ଅନୁଷ୍କାଙ୍କ ସେହି ଏଣ୍ଟ୍ରି ଭିଡ଼ିଓ ଦେଖିବା ପରେ କରଣଙ୍କ ମନରେ ବିବାହ କରିବାର ଭାବନା ଆସିଥିଲା ବୋଲି ଜଣାପଡ଼ିଛି । ନିଜର ରେଡିିଓ ଟକ୍‌ ସୋ’ରେ ସେ ଏହାର ଖୁଲାସା କରିଥିଲେ । ବିବାହ ମାମଲାରେ ସେ ଏତେ ମନ ଦେଉ ନ ଥିବା ବେଳେ ଅନୁଷ୍କାଙ୍କ ବିବାହ ଭିଡ଼ିଓ ଦେଖି ସେ ଭାବୁକ ହୋଇ ଯାଇଥିଲେ । ଏହା ସହ ସେ ଯେବେ କି ବିରୁଷ୍କାଙ୍କ ଫଟୋ ଏବଂ ଭିଡ଼ିଓ ଦେଖନ୍ତି ତାଙ୍କର ବିବାହ ପାଇଁ ମନ ହୁଏ ବୋଲି ସ୍ୱୀକାର କରିଥିଲେ ।

ସମ୍ବନ୍ଧିତ ଖବର