ଆଲିଆ-ରଣବୀର ଓ ବରୁଣ-ନତାଶାଙ୍କ ବିବାହରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ କରଣ ଜୋହର

ମୁମ୍ବାଇ : ୨୦୧୮ରେ ଅନେକ ବଲିଉଡ୍‌ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୀପିକା-ରଣବୀର ଓ ପ୍ରିୟଙ୍କା-ନିକ୍‌ଙ୍କ ବିବାହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଚଳିତ ବର୍ଷ ବରୁଣ-ନତାଶା ଓ ଆଲିଆ-ରଣବୀରଙ୍କ ବିବାହ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଦୁହିଁଙ୍କ ବିବାହରେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଜଣା ପଡ଼ିଛି ।

ସୂଚନା ମୁତାବକ, ବର-ବଧୂ ନିଜ ସଙ୍ଗୀତ୍‌ରେ କରଣଙ୍କ ବ୍ରାଣ୍ଡ ତ୍ୟାନିର ଅଳଙ୍କାର ପିନ୍ଧିବେ ବୋଲି ଜଣା ପଡ଼ିଛି । କରଣ ବରୁଣ ଓ ଆଲିଆଙ୍କୁ ବଲିଉଡ୍‌କୁ ଆଣିଥିବା ବେଳେ ଦୁହେଁ ଏକା ସାଙ୍ଗରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ଦୁହିଁଙ୍କ ବିବାହକୁ ନେଇ ଅନେକ ଆଲୋଚନା ଚାଲୁଥିବା ବେଳେ ବରୁଣ-ନତାଶା ଡିସେମ୍ବରରେ ବିବାହ କରି ପାରନ୍ତି ବୋଲି ଜଣା ପଡ଼ିଛି । ଅନ୍ୟ ପକ୍ଷରେ, ଆଲିଆ-ରଣବୀରଙ୍କ ବିବାହ ମାସ ଜଣା ପଡ଼ି ନଥିଲେ ମଧ୍ୟ ଦୁହେଁ ନିଜ ପ୍ରଶଂସକମାନଙ୍କୁ ଖୁବ୍‌ ଶୀଘ୍ର ଖୁସି ଖବର ଦେବେ ବୋଲି ଆଶା କରାଯାଉଛି ।

aajtak.intoday.in

ବରୁଣ-ନତାଶା ମଧ୍ୟ ପ୍ରିୟଙ୍କାଙ୍କ ଭଳି ଜୋଧପୁରରେ ବିବାହ କରିବେ ବୋଲି ସୂଚନା ମିଳିଥିବା ବେଳେ ଦୁହିଁଙ୍କ ବିବାହ ମୋଟଓ୍ଵାନି ଏଣ୍ଟରଟେନ୍‌ମେଣ୍ଟ ଆଣ୍ଡ େଓ୍ଵଡିଙ୍ଗ ସମ୍ଭାଳିବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର