ମୁମ୍ବାଇ: ୨୦୧୬ ମସିହାରେ ରିଲିଜ୍ ହୋଇଥିବା ଏକ ସୁପରହିଟ୍ ଫିଲ୍ମ ହେଲା ‘ଏ ଦିଲ୍ ହେ ମୁସ୍କିଲ୍’।ଏହାର ନିର୍ଦ୍ଦେଶନା ଦେଇଥିଲେ କରଣ ଜୋହର୍ ।ଏଥିରେ ରଣବୀର ରଣବୀର କପୁର,ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅନୁଷ୍କା ଶର୍ମା ଲିଡ଼୍ ରୋଲ୍ରେ ଥିଲେ।ଏଥିରେ ଶାହରୁଖ୍ ଖାନ୍ଙ୍କୁ ମଧ୍ୟ ସ୍ପେିସିଆଲ୍ ଆପିଅରାନ୍ସରେ ବି ଦେଖିବକୁ ମିଳିଥିଲା।ତେବେ ଏହି ଫିଲ୍ମ ସର୍ବାଧିକ ଚର୍ଚ୍ଚାକୁ ରହିଥିଲା କେବଳ ଗୋଟିଏ କାରଣକୁ ନେଇ ।ତାହା ହେଲା ଏଥିରେ ରଣବୀର କପୁର ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଲିପ୍ଲକ୍ ଓ ଅନ୍ତରଙ୍ଗ ଦୃଶ୍ୟ।
ତେବେ ଏହି ଫିଲ୍ମ ସଂପର୍କରେ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ‘ଏକ ଅନୋଖା ଲଡ଼୍କା’ ପୁସ୍ତକରେ ବିଶେଷ ବିବରଣୀ ଦେଇଛନ୍ତି। ଆପଣ ଜାଣି ବିସ୍ମିତ ହେବ ଯେ କରଣ ଏ ସୂଚନା ଦିଲ ହେ ମୁସ୍କିଲ୍’ର କାହାଣୀ ୨୦୧୪ରେ ପ୍ରସ୍ତୁତ କରିଥିଲେ। ସେ ମାତ୍ର ଏକ ମାସ ଭିତରେ ଏହାକୁ ତିଆରି କରିଥିଲେ। ବରିଷ୍ଠ ଲେଖିକା ପୁନମ ସକସେନା ନିଜର ଏହି ପୁସ୍ତକରେ ଲେଖିଛନ୍ତି ଯେ କରଣ ଯେତେବେଳେ ବିଦେଶରେ ନିଜ ମାଆ ହୀରୁ ଜୋହରଙ୍କ ଚିକିତ୍ସା କରାଉଥିଲେ ,ସେତେବଳେ ଏହି କାହାଣୀ ଲେଖିଥିଲେ। କରଣ କହିଛନ୍ତି ସେ ଦୁବାଇରୁ ନ୍ୟୁୟର୍କ ଯିବା ବେଳେ ଫ୍ଲାଇଟ୍ରେ ଏହି କାହାଣୀ ଉପରେ ଚିନ୍ତା କରୁଥିଲେ।
/sambad/media/post_attachments/wp-content/uploads/2018/02/ranbir-ais-300x225.jpg)
କରଣ ଏହାର କାହାଣୀର ସମସ୍ତ ଚରିତ୍ର ପ୍ରସ୍ତୁତ କରିବାପରେ ‘ଏ ଦିଲ୍ ହେ ମୁସ୍କିଲ୍’ର ଚିତ୍ରନାଟ୍ୟ ଲେଖିବା ଲାଗି ବାନ୍ଧବୀ ଆରତୀ ସେଟ୍ଟିଙ୍କୁ ଅନୁରୋଧ କରିଥିଲେ। ସେତେବେଳେ କରଣ ଜୋହର ଅନୁଭବ କରିଲେ ଯେ,ଫିଲ୍ମର କାହାଣୀ ଓ ଚରିତ୍ରମାନେ ସମସ୍ତେ ତାଙ୍କ ମନରେ ରହିଛନ୍ତି। ତା’ପରେ ଫିଲ୍ମ ପାଇଁ କାଷ୍ଟିଂ ସଂପର୍କରେ ସୁଚିନ୍ତିତ ଯୋଜନା କରିଥିଲେ। ତାଙ୍କ ସବୁଠୁଁ କଷ୍ଟକର ଥିଲା ରଣବୀର କପୁର ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଉପରେ ଅନ୍ତରଙ୍ଗ ସିନ୍ ଲେଖବା ଓ ତା’ର ନିର୍ଦ୍ଦେଶନା ଦେବା ବୋଲି କହିଛନ୍ତି କରଣ ଜୋହର୍।