ମୁମ୍ବାଇ: ବିଗ୍ବସ୍-୧୫ରେ ତେଜ୍ବସୀ ପ୍ରକାଶ ଏବଂ କରଣ କୁନ୍ଦ୍ରାଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଥିଲା। ସେ ସମୟରେ ସେମାନଙ୍କ ରୋମାନ୍ସକୁ ଲୋକେ ପବ୍ଲିସିଟି ଷ୍ଟଣ୍ଟ୍ ବୋଲି କହୁଥିଲେ। ମାତ୍ର ବିଗ୍ବସ୍ରୁ ବାହାରିବା ପରେ ଦୁଇ ପ୍ରେମପକ୍ଷୀଙ୍କୁ ଅନେକ ଥର ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳୁଛି। କରଣ କୁନ୍ଦ୍ରା ଓ ତେଜ୍ବସୀ ପ୍ରକାଶ ହେଉଛନ୍ତି ଟେଲିଭିଜନ ଦୁନିଆର ସବୁଠାରୁ ଲୋକପ୍ରିୟ ଯୋଡ଼ି।
ଆଜି ତେଜ୍ବସୀ ପ୍ରକାଶଙ୍କ ଜନ୍ମଦିନ। ସେ ଜୁନ୍ ୧୦ ତାରିଖରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ କରଣଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ତେଜ୍ବସୀଙ୍କ ଜନ୍ମଦିନ ଅବସରରେ ଯେତେବେଳେ କରଣଙ୍କୁ ଦେଖିବାକୁ ମିଳିଲା ତ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ‘ଆଜି କାହାର ଜନ୍ମଦିନ?’ ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଏକଦମ ମଜାଳିଆ ଅନ୍ଦାଜରେ କରଣ କହିଥିଲେ, ‘ଆଜି ମୋ ଚାଚିଙ୍କ ଜନ୍ମଦିନ’। କରଣଙ୍କ ଏହି ମଜାଳିଆ ଅନ୍ଦାଜର ବୟାନ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ତେବେ ଫଟୋଗ୍ରାଫର୍ମାନେ ତେଜ୍ବସୀଙ୍କୁ ଭାଉଜ୍ ବୋଲି ସମ୍ବୋଧନ କରିବା ପରେ ଲାଜେଇ ଯାଇଥିଲେ କରଣ।
ଉଲ୍ଳେଖଯୋଗ୍ୟ, ଅତୀତରେ ଦୁହିଁଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଭାଇରାଲ୍ ଭିଡିଓରେ ଦୁହେଁ ଦୁହିଁଙ୍କୁ ଲିପ୍-ଲକ୍ ଚୁମ୍ବନ ଦେଉଥିବାର ନଜର ଆସିଥିଲେ। ଏହା ଉଚିତ ନୁହେଁ ବୋଲି ସୋସିଆଲ୍ ମିଡିଆ ବ୍ୟବହାରକାରୀ ମତ ରଖିଥିଲେ।
ଆପଣ ଜାଣନ୍ତି ଯେ କରଣ ଓ ତେଜ୍ବସୀ ସେମାନଙ୍କ ପ୍ରେମ କାହାଣୀକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥାନ୍ତି। ଭାଇରାଲ୍ ହୋଇଥିବା ଭିଡିଓରେ ସେ ଦୁହେଁ ଖୁବ୍ ମଜାର ସହ ନୃତ୍ୟ ପ୍ରଦର୍ଶନ କରୁଥିଲେ। ଜନ୍ମଦିନ ପାର୍ଟିରେ ଦୁହେଁ ମଜା କରୁଥିବା ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା, ଯେଉଁଥିରେ ଦୁହେଁ ଦୁହିଁଙ୍କୁ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଥିଲା।