ମୁମ୍ବାଇ: ‘ଏ ରିସ୍ତା କ୍ୟା କହଲାତା ହୈ’ର ଲୋକପ୍ରିୟ ଅଭିନେତା କରଣ ମେହରା କିଛିଦିନ ହେବ ନିଜର ମ୍ୟୁଜିକ ଭିଡିଓ  ‘କ୍ୟା ଶିଶା ଦେଖ ପାଓଗେ’କୁ ନେଇ ଚର୍ଚ୍ଚାରେ ଅଛନ୍ତି।

Advertisment

ନିକଟରେ ମେହରା ଏକ ସାକ୍ଷାତକାରରେ ଯୋଗ ଦେଇ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରି କହିଛନ୍ତି, ‘ମୁଁ ମୋ ଜୀବନରେ ଅନେକ ଉଠାଣି ଓ ଗଡ଼ାଣି ଦେଖିଛି। ଅନେକ ବାଧାକୁ ଏଡାଇ ଆଗକୁ ବଢ଼ିଛିକରଣ । କଷ୍ଟ ହୋଇଛି  କିନ୍ତୁ ଏହାକୁ ନେଇ ମୁଁ କେବେ ବିଚଳିତ ହୋଇନାହିଁ। କାରଣ ପ୍ରତ୍ୟେକ ମଣିଷକୁ ଜୀବନର ପ୍ରତି ମୁହୂର୍ତ୍ତରେ କିଛି ଶିଖିବାକୁ ମିଳିଥାଏ। ମୁଁ ବି ଜୀବନର ଖରାପ ସମୟ ଦେଇ ଗତି କରୁଥିବା ବେଳେ ବହୁତ କିଛି ଶିକ୍ଷା କରିଛି।

ପୂର୍ବର ସମାଜ ମହିଳାଙ୍କର କୌଣସି କଥା ଶୁଣୁ ନଥିଲା। କିନ୍ତୁ ଆଜିକା ସମାଜ ମହିଳାଙ୍କ ସହିତ ରହିଛି। ଏହି କାରଣରୁ ସମୟସମୟରେ ମହିଳାମାନେ ଏହାର ଭୁଲ ଫାଇଦା ଉଠାଇ ଦେଉଛନ୍ତି।’

ନିଶାଙ୍କ ସମ୍ପର୍କ ଭାଙ୍ଗିବା ପ୍ରଶ୍ନରେ କରଣ କହିଥିଲେ, ‘କାହାରି ସହିତ ମୁଁ ସମ୍ପର୍କ ଭାଙ୍ଗି ନାହିଁ। ଯାହାକୁ ଯେଉଁ ରାସ୍ତାରେ ଯିବାକୁ ହେଲା ମୁଁ ଛାଡ଼ି ଦେଲି।’

କରଣଙ୍କ ବୈବାହିକ ଜୀବନ କଥା କହିଲେ ସେ ୨୦୧୨ରେ ଅଭିନେତ୍ରୀ ନିଶା ରାୱଲଙ୍କୁ ବିବାହ କରିଥିଲେ। ବିବାହ ପରେ ଦୁହେଁ ଏକ ପୁତ୍ର ସନ୍ତାନର ବାପା ଓ ମା’ ହୋଇଥିଲେ। ବିବାହର ୯ବର୍ଷ ପରେ କରଣ ଓ ନିଶାଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା। ନିଶା କରଣଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ କରିଥି‌ଲେ। ଯାହାକୁ କରଣ ଖଣ୍ଡନ କରି କହିଥିଲେ, ‘ନିଶା ସମ୍ପର୍କରେ ରହିବାକୁ ଚାହୁଁ ନାହାନ୍ତି। ତେଣୁ ସେ ମୋ ବିରୋଧରେ ଏଭଳି ମିଥ୍ୟା ଅଭିଯୋଗ ଆଣି ଦୂରେଇ ଯିବାକୁ ଚାହୁଁଛନ୍ତି।’