ଆର୍ଥିକ ଦୁଃସ୍ଥିତିର ସମ୍ମୁଖୀନ ହେବାରୁ ମୁମ୍ବାଇରୁ ନିଜ ଘର କେରଳକୁ ଫେରିଲେ ଏହି ଧାରାବାହିକ ଅଭିନେତା

ମୁମ୍ବାଇ: କରୋନା ଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇପଡିଥିବା ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରି ସହିତ ଜଡିତ ଲୋକମାନେ ମଧ୍ୟ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି | ଛୋଟ ପରଦାର ଅଭିନେତା କରଣ ଖଣ୍ଡେଲୱାଲ ମୁମ୍ବାଇରେ ରୋଜଗାର ହରାଇବା ପରେ ତାଙ୍କ ଘର କେରଳକୁ ଫେରି ଆସିଛନ୍ତି। ଟିଭି ସିରିଏଲ ହେଵାନ, ସିଦ୍ଧି ବିନାୟକ ଏବଂ ସାଥ ନିଭାନା ସାଥିଆରେ କାମ କରୁଥିବା ଅଭିନେତା କରଣ ଆର୍ଥିକ ସମସ୍ୟା ହେତୁ ମୁମ୍ବାଇରୁ କେରଳକୁ ଯାଇଛନ୍ତି।

ରିପୋର୍ଟ ଅନୁଯାୟୀ ସେ କହିଛନ୍ତି, ‘ ଦେଶର ପ୍ରମୁଖ କରୋନା ପ୍ରଭାବିତ ସହର ମଧ୍ୟରୁ ମୁମ୍ବାଇ ଅନ୍ୟତମ। ମୁଁ ରହୁଥିବା ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଖର୍ଚ୍ଚ ପୂରଣ କରିବା କଷ୍ଟକର ହୋଇପଡ଼ିଥିଲା। ‘ସେ କହିଛନ୍ତି,’ ମୁଁ ବହୁ ବର୍ଷ ଧରି ମୁମ୍ବାଇରେ ରହୁଥିଲି, କିନ୍ତୁ ସାମ୍ପ୍ରତିକ ପରିସ୍ଥିତି ମୋତେ ସହର ଛାଡ଼ି ମୋ ଘରକୁ ଫେରିଯିବାକୁ ବାଧ୍ୟ କରିଛି |

ଘରେ ପହଞ୍ଚିବା ପାଇଁ ମୁଁ ପ୍ରାୟ ୧୪୦୦ କିଲୋମିଟର ପର୍ଯ୍ୟନ୍ତ ମୋ କାରରେ ଯାତ୍ରା କରିଛି । ‘ କରଣ କହିଛନ୍ତି ଯେ ‘ମୋ ପରିବାର ମୋତେ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରୁଛନ୍ତି। ଲକଡାଉନ୍ ପୂର୍ବରୁ, ମୁଁ ଏକ ୱେବ୍ ସୋ ପାଇଁ ସୁଟିଂ କରୁଥିଲି ଏବଂ ସେମାନେ ତୁରନ୍ତ ମୋତେ ଟଙ୍କା ଦେଇଥିଲେ , ଯାହାକୁ ନେଇ କିଛି ଦିନ ଚଳିବା ସମ୍ଭବ ହୋଇଥିଲା | କିନ୍ତୁ ଏବେ ସୁଟିଂ କାମ ବନ୍ଦ ଥିବାରୁ ରୋଜଗାରର ସେମିତି ଆଶା ନାହିଁ, ତେଣୁ ଘରକୁ ଫେରିଯିବାକୁ ବାଧ୍ୟ ହେଉଛି |

ସମ୍ବନ୍ଧିତ ଖବର