ମୁମ୍ବାଇ: ଆଜି (ଜାନୁଆରି ୭) ବଲିଉଡ୍ ଅଭିନେତ୍ରୀ ବିପାଶା ବସୁଙ୍କ ଜନ୍ମଦିନ। ଏକଥା ସମସ୍ତେ ଜାଣନ୍ତି କି ବିପାଶାଙ୍କୁ ନିଜର ପ୍ରେମ ଦେଖାଇବା ପାଇଁ ଗୋଟାଏ ବି ସୁଯୋଗ ହାତ ଛଡ଼ା କରନ୍ତିନି ସ୍ବାମୀ କରଣ ସିଂହ ଗ୍ରୋଭର୍। ବଲିଉଡ୍ର ଏହି ଲୋକପ୍ରିୟ ଦମ୍ପତି ଏବେ ଛୁଟି ମନାଇବାକୁ ମାଲଦିଭସରେ ନଜର ଆସିଛନ୍ତି। କରଣ ବିପାଶାଙ୍କୁ ଏକ ଭାବପ୍ରବଣ ଇନ୍ଷ୍ଟା ପୋଷ୍ଟ୍ ଜରିଆରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।
କରଣ ଲେଖିଛନ୍ତି, ‘ମୋ ଡାର୍ଲିଂ ସୁଇଟ୍ ଲିଟିଲ୍ ବେବିକୁ ଜନ୍ମଦିନର ଶୁଭେଚ୍ଛା। ଏ ବିଶ୍ବ ତୁମ ଉପରେ ପ୍ରଚୁର ପରିମାଣର ଅନନ୍ଦ, ପ୍ରେମ ଓ ସଫଳତା ଢାଳି ଦେଉ। ବିଗତ ଦିନମାନଙ୍କରେ ଯେପରି ତୁମର ଚମକ ଦେଖାଇଛ ଆଗକୁ ବି ସେହିପରି ଦେଖାଇ ଚାଲ। ଆମ ସମସ୍ତଙ୍କ ପାଇଁ ତୁମେ ଈଶ୍ବରଙ୍କ ଦାନ, ବିଶେଷ କରି ମୋ ପାଇଁ। ତୁମେ ମୋ ପାଇଁ ଜନ୍ମ ନେଇଥିବାରୁ ତୁମକୁୁ ଅନେକ ଧନ୍ୟବାଦ୍।’
ଏହି ପୋଷ୍ଟ୍ରେ କରଣ ଦୁଇଟି ଫଟୋ ବି ଦେଇଛନ୍ତି। ଏହି ପ୍ରେମୀ ଯୁଗଳ ୨୦୧୬ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପୂର୍ବରୁ ସେମାନେ ‘ଆଲେନ୍’ ଚଳଚ୍ଚିତ୍ରରେ ଏକତ୍ର ନଜର ଆସିଥିଲେ। ଏହି ଯୋଡ଼ି ପୁଣି ଥରେ ‘ଆଦତ’ ଚଳଚ୍ଚିତ୍ରରେ ଏକତ୍ର ନଜର ଆସିବେ ବୋଲି ସୂଚନା ରହିଛି।
ଉଲ୍ଳେଖଯୋଗ୍ୟ, ମଡେଲିଂ ପରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ ଶ୍ୟାମଳୀ ସୁନ୍ଦରୀ ବିପାଶା ବସୁ। ବିପାଶାଙ୍କ ଡେବ୍ୟୁ ସିନେମା ‘ଅଜ୍ନବୀ’ ରହିଥିବା ବେଳେ,ଏହାପରେ ସେ ଚଳଚ୍ଚିତ୍ର ‘ରାଜ୍’ରେ ଲିଡ୍ ରୋଲ୍ କରିବାର ସୁଯୋଗ ପାଇଥିଲେ, ଯେଉଁଥିରେ କି ବିପାଶାଙ୍କର ସୁନ୍ଦର ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ନାୟିକାର ପୁରସ୍କାର ମଧ୍ୟ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/bipasha-karan-825.jpg)