ନୂଆଦିଲ୍ଲୀ: ଅଭିନେତା କରଣ ମେହେରାଙ୍କ ଜନ୍ମ ୧୯୮୨ ସେପ୍ଟେମ୍ବର ୧୦ରେ ପଞ୍ଜାବର ଜଳନ୍ଧରରେ ହୋଇଥିବା ବେଳେ ତାଙ୍କ ପରିବାର ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଆସିଥିଲେ।
କରଣ ମେହେରା ଏକ ସାକ୍ଷାତକାରରେ ଯୋଗ ଦେଇ କହିଛନ୍ତି, ‘ମୁଁ ପାଠପଢ଼ା ସମୟରେ ଡୋମିନୋଜ୍ ପିଜାରେ ଡେଲିଭରି ବଏ ଭାବରେ କାମ କରୁଥିଲି। ଯେତେବେଳେ ମୁଁ ମନୋରଞ୍ଜନ ଜଗତରେ କ୍ୟାରିଅର କରିବାକୁ ଚିନ୍ତା କରିଥିଲି ମୁମ୍ବାଇ ଆଡକୁ ମୁହାଁଇଥିଲି।
କ୍ୟାରିଅର ଆରମ୍ଭରେ ରାଜକୁମାର ହିରାନୀ ଏବଂ ରାମ ଗୋପାଳ ବର୍ମାଙ୍କ ସହିତ ସହାୟକ ଭାବରେ ମଧ୍ୟ କାମ କରିଛି। ମୁଁ ୨୦୦୮ରେ ମୁକ୍ତିଲାଭ କରିଥିବା ଫିଲ୍ମ "ଲଭ୍ ଷ୍ଟୋରି ୨୦୫୦" ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲି।
ବଲିଉଡରେ ଫ୍ଲପ୍ କ୍ୟାରିଅର ପରେ ମୁଁ ଛୋଟପରଦା ଆଡକୁ ମୁହାଁଇଥିଲି। ଅଭିନେତାଙ୍କୁ 'ୟେ ରିସ୍ତ କ୍ୟା କେହଲାତା ହେ'ରେ ନୈତିକ୍ ଭୂମିକା ମିଳିଥିଲା। ଏହି ଚରିତ୍ର କରଣଙ୍କୁ ଲୋକପ୍ରିୟତା ଦେଇଥିଲା।
କରଣ ମେହେରାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଚର୍ଚ୍ଚାରେ ରହିଛି। ସେ ଟିଭି ଅଭିନେତ୍ରୀ ନିଶା ରାୱଲଙ୍କୁ ବିବାହ କରିଥିଲେ। କିଛିଦିନ ତଳେ ପତ୍ନୀ ନିଶା ଘରୋଇ ହିଂସାରେ ପୀଡ଼ିତ ଥିବାର ଅଭିଯୋଗ କରିଥିବା ସହିତ ସ୍ବାମୀଙ୍କ ଏକଷ୍ଟ୍ରା ମାରିଟାଲ ଆଫେୟାର ଥିବା ଦାବି କରିଛନ୍ତି। କରଣ ମେହେରାଙ୍କ ଏକଷ୍ଟ୍ରା ମାରିଟାଲ ଆଫେୟାରକୁ ନେଇ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/09/new-project-19-1-2025-09-09-17-00-14.jpg)