‘ଗଣମାଧ୍ୟମ ପାଇଁ କୃଷି ବିଲ୍‌ ଅପେକ୍ଷା କରଣଙ୍କ ପାର୍ଟି ବେଶି ଗୁରୁତ୍ବପୂର୍ଣ୍ଣ’

ପ୍ରଖ୍ୟାତ ଲେଖକ, ଗୀତିକାର ତଥା ସଂଳାପକାର ଜାଭେଦ ଅଖ୍‌ତର ବୈଦ୍ୟୁତିକ ଗଣମାଧ୍ୟମ ଉପରେ ପ୍ରବଳ ବର୍ଷିଛନ୍ତି। ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଘରେ ବର୍ଷେ ତଳେ ହୋଇଥିବା ପାର୍ଟିର ଭିଡିଓକୁ ଟିଭି ଚ୍ୟାନେଲ୍‌ଗୁଡ଼ିକ ଯେଭଳି ପ୍ରାଧାନ୍ୟ ଯେଉଛନ୍ତି, ତାକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ଟ୍ବିଟ୍‌ରେ ସେ ଉଲ୍ଲେଖ କରିଛନ୍ତି, ନିକଟରେ ସଂସଦରେ ପାରିତ ବିବାଦୀୟ କୃଷି ବିଲ୍‌ ବଦଳରେ କରଣ ଜୋହରଙ୍କ ପାର୍ଟିର ଭିଡିଓ ଟିଭି ଚ୍ୟାନେଲଗୁଡ଼ିକ ପାଇଁ ବେଶି ଗୁରୁତ୍ବପୂର୍ଣ୍ଣ। ଯଦି କରଣ ତାଙ୍କର ସେ ପାର୍ଟିକୁ କିଛି କୃଷକଙ୍କୁ ନିମନ୍ତ୍ରଣ କରିଥା’ନ୍ତେ, ତେବେ ଟିଭି ବ୍ୟାନେଲଗୁଡ଼ିକ ପାଇଁ ଏହା ଅଧିକ ସହଜ ହୋଇଯାଇଥା’ନ୍ତା। ସେମାନେ ପାର୍ଟି ଭିଡିଓ ଓ କୃଷି ବିଲ୍‌ ଭିତରେ ଗୋଟିଏକୁ ବାଛିବାର ଦ୍ବନ୍ଦ୍ବରେ ପଡ଼ିନଥା’ନ୍ତେ। କରଣ କରୁଥିବା କାମ ସବୁ ଆମ ଟିଭି ଚ୍ୟାନେଲଗୁଡ଼ିକର ବୋଧେ ପ୍ରିୟ ପାର୍ଟି ବୋଲି ଜାଭେଦ୍‌ ନିଜ ଟ୍ବିଟ୍‌ରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର