ମୁମ୍ବାଇ: ଏବେ ଚର୍ଚ୍ଚାରେ ରହିଛନ୍ତି ‘ବିଗ୍ବସ୍-୧୮’ର ବିଜେତା କରଣବୀର ମେହେରା। ନିକଟରେ ସେ ଭାରତୀ ସିଂହ ଏବଂ ହର୍ଷ ଲିମ୍ବୋଚିଆଙ୍କ ପୋଷ୍ଟ୍କାଷ୍ଟ୍ରେ ଅତିଥି ବନିଥିଲେ। ସେଠାରେ କରଣବୀରଙ୍କ ମଜାକିଆ ଅନ୍ଦାଜକୁ ଭାରତୀ ସିଂହ ଓ ହର୍ଷ ମନ ଭରି ଉପଭୋଗ କରିଛନ୍ତି। ହର୍ଷ ଓ କରଣବୀର ପରସ୍ପରଙ୍କୁ ରୋଷ୍ଟ୍ ବି କରିଥିବାର ଦେଖିବାକୁ ମିଳିଛି।
କରଣ ସୋ’ରେ ଏକ ବଡ଼ ଧରଣର ଖୁଲାସା କରିଛନ୍ତି। ସେ କହିଛନ୍ତି କି ଆଜି ପର୍ଯ୍ୟନ୍ତ ତାଙ୍କୁ ‘ବିଗ୍ବସ୍-୧୮’ର ପୁରସ୍କାର ଟଙ୍କା ମିଳିନାହିଁ। ତାଙ୍କ କହିବା କଥା ହେଲା ସେ ସୋ’ରେ ୫୦ ଲକ୍ଷ ଟଙ୍କା ଜିତିଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ପାଇନାହାନ୍ତି।
ଯେବେ ହର୍ଷ ହସ ହସରେ କରଣବୀରଙ୍କୁ କହିଥିଲେ କି ୫୦ ଲକ୍ଷ ଟଙ୍କାରେ ଟ୍ୟାକ୍ସ ବି କଟିବ, ସେତେବେଳେ କରଣ କହିଲେ କି ସେ ଟ୍ୟାକ୍ସ ଦେବେ ନାହିଁ। ତା’ପରେ ହସି ହସି କହିଲେ କି ‘ହଁ ଦେବି, ସବୁ ଟ୍ୟାକ୍ସ ଦେବି’।
କରଣବୀର ଏହା ସହ ବି କହିଛନ୍ତି କି ‘ଖତରୋଁ କି ଖିଲାଡ଼ି’ର ଟଙ୍କା ଆସୁଛି। ତା’ପରେ ଏକ ଭଲ ଗାଡ଼ି ବି ଆସୁଛି। ତେବେ କରଣଙ୍କ କହିବା କଥା ହେଲା ସେ ‘ବିଗ୍ବସ୍-୧୮’ ଏବଂ ‘ଖତରୋଁ କି ଖିଲାଡ଼ି’ ପୂର୍ବରୁ କେବେ କଲର୍ସରେ କାମ କରିନାହାନ୍ତି। ତେବେ ପ୍ରଶଂସକଙ୍କ ତରଫରୁ ଯେତିକି ବି ଭଲପାଇବା ମିଳୁଛି ସେଥିରେ ସେ ଖୁସି ବୋଲି କହିଛନ୍ତି।