ମୁମ୍ବାଇ : ବିଗ୍ ବସ୍-୧୨ର ପ୍ରତିଯୋଗୀ କରଣବୀର ବୋହ୍ରା ମସ୍କୋ ଯାଇଥିବା ବେଳେ ତାଙ୍କୁ ମସ୍କୋ ବିମାନବନ୍ଦରରେ ଅଟକା ଯାଇଥିଲା । ଏ ନେଇ କରଣବୀର ଟୁଇଟ୍ କରିବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା । କରଣଙ୍କ ଟୁଇଟ୍ ପରେ ଟେଲିଭିଜନ ଜଗତର ସେଲିବ୍ରିଟିମାନେ ଭାରତୀୟ ଦୂତାବାସ ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । ଏହା ପରେ କରଣବୀରଙ୍କ ସମସ୍ୟାର ସମାଧାନ ହୋଇ ପାରିଥିଲା ।
so bummed... waiting at #moscowairport coz my passport is a little damaged.
They contemplating to deport me back to India. @IndEmbMoscowRus @IndEmbMoscow i wished you would have told me that prior to issuing me the visa.
feeling bad for @IndianFilmsRus— Karanvir Bohra (@KVBohra) 30 January 2019
କରଣବୀର ଟୁଇଟ୍ କରି, ମୁଁ ମସ୍କୋ ବିମାନବନ୍ଦରରେ ଅପେକ୍ଷା କରିଛି । କାରଣ ମୋ ପାସପୋର୍ଟ ଟିକେ ଖରାପ ହୋଇ ଯାଇଛି । ଏମାନେ ମୋତେ ଭାରତ ଫେରିଯିବାକୁ କହୁଛନ୍ତି । ଭାରତୀୟ ଦୂତାବାସ ଯଦିମୋତେ ଭିସା ଦେବା ପୂର୍ବରୁ ଏ କଥା କହିଥାନ୍ତେ । ତେବେ ଏ ସମସ୍ୟା ହୋଇ ନ ଥାନ୍ତା ବୋଲି ଲେଖିଥିଲେ ।
This is shocking KV! I hope they don't harass you any further and let you stay. Hope they do your background check to know you better instead of deporting you!
With you KV!? https://t.co/XRP8EYq78y— Divyanka T Dahiya (@Divyanka_T) 30 January 2019
ତାଙ୍କର ଏଭଳି ଟୁଇଟ୍ ପରେ, ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ,ହିନା ଖାନ୍,ଅଭିନେତା ଅଲ୍ଲୀ ଅସଗରଙ୍କ ଭଳି କଳାକାର ସାମ୍ନାକୁ ଆସି କରଣବୀରଙ୍କ ସାହାଯ୍ୟ ପାଇଁ ଭାରତୀୟ ଦୂତାବାସକୁ ଅନୁରୋଧ କରିଥିଲେ ।
Oops that’s really sad.. I know how terrible it is when you land in a foreign country and no ones ready to help you.. All the concerned authorities, are you listening?♀️ https://t.co/WDD7g0mnlS
— HINA KHAN (@eyehinakhan) 30 January 2019
କରଣବୀରଙ୍କ ପ୍ରଥମ ଟୁଇଟ୍ ଜାନୁଆରୀ ୩୦, ସକାଳ ୧୧.୪୭ସମୟରେ ଥିବା ବେଳେ ସେ ଜାନୁଆରୀ ୩୧ ଭୋର ୦୩.୪୩ରେ ଟୁଇଟ୍ କରି ତାଙ୍କ ସମସ୍ୟାର ସମାଧାନ ହୋଇ ଯାଇଥିବା କହିଥିଲେ । ଅସ୍ଥାୟୀ ପାସପୋର୍ଟ ଏବଂ ଭିସା ମିଳିବା ପରେ କରଣବୀର ଭାରତୀୟ ଦୂତାବାସ ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଧନ୍ୟବାଦ ଜଣାଇଥିଲେ ।
I have no words to thank the @IndEmbMoscow 4 helping me get a brand new temporary passport and a visa.celebrity or no celebrity, i know one thing for sure, we Indians are in very safe hands when we travel abroad... thanks to @SushmaSwaraj and the #IndianEmbassy for their help
— Karanvir Bohra (@KVBohra) 30 January 2019