ମୁମ୍ବାଇ : ୨୦୧୮ର ଏକ ସୁପରହିଟ୍ ଫିଲ୍ମ ହେଲା ‘ବୀରେ-ଦି ଓ୍ଵଡିଂ’। ଏଥିରେ କରିନା କପୁର ଖାନ୍, ସ୍ୱରା ଭାସ୍କର, ଶିଖା ତାଲସାନିୟା ଓ ସୋନମ କପୁର ଥିଲେ ମୁଖ୍ୟ ଭୂମିକାରେ। ଏହାର କଥାବସ୍ତୁ ଏହି ଚାରି ନାୟିକାଙ୍କ ଉପରେ କେନ୍ଦ୍ରିତ ଥିଲା। ଏମାନେ ସମସ୍ତେ ବାନ୍ଧବୀ ଭୂମିକାରେ ଅଭିନୟ କରିଥିଲେ।
‘ବୀରେ-ଦି ଓ୍ଵଡିଂ’ର ବ୍ୟାବସାୟିକ ସଫଳତା ପରେ ଏହାର ସିକ୍ୱେଲ୍ ନିର୍ମାଣ ଲାଗି ପ୍ରଯୋଜନା ସଂସ୍ଥା ସ୍ଥିର କରିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ ଏହି ସିକ୍ୱେଲ ସିନେମାରେ ଅଭିନୟ କରିବାକୁ ସୋନମ୍ କପୁର, ସ୍ୱରା ଭାସ୍କର ଓ ଶିଖା ତାଲସାନିୟା ସବୁଜ ସଂକେତ ଦେଇସାରିଛନ୍ତି। କିନ୍ତୁ କରିନା ଏଥିରେ ଅଭିନୟ କରିବେ କି ନା, ତାକୁ ନେଇ ପ୍ରଯୋଜନା ସଂସ୍ଥା ଚିନ୍ତାରେ ରହିଛି।
କରିନାଙ୍କୁ ଏ ବିଷୟରେ ପ୍ରଯୋଜନା ସଂସ୍ଥା ଯୋଗାଯୋଗ କରିଥିଲେ ବି ସେ କୌଣସି ନିଷ୍ପତ୍ତି ନେଇପାରି ନଥିବା ବୋଲି କୁହାଯାଉଛି। ଯଦି କରିନା ‘ବୀରେ-ଦି ଓ୍ଵଡିଂ’ର ସିକ୍ୱେଲରେ କାମ ନ କରିବେ, ତେବେ ତାଙ୍କ ସ୍ଥାନରେ ଅନ୍ୟ କୌଣସି ନାୟିକାଙ୍କୁ ନିଆଯିବ ବୋଲି ଶୁଣିବାକୁ ମିଳୁଛି।