ଆଜି ବି କରୀନା କପୁର ଖାନଙ୍କୁ ଏହି ସିନେମାରେ ନିଜେ ପିନ୍ଧିଥିବା ପୋଷାକ ଭଲ ଲାଗେ

ମୁମ୍ବାଇ: କରୀନା କପୁର ଖାନ ହେଉଛନ୍ତି ବଲିଉଡର ଜଣେ ଷ୍ଟାଇଲ ଆଇକନ୍ ଭାବେ ବେଶ୍ ପରିଚିତ। ସେ କରଣ ଜୋହରଙ୍କ ‘କଭି ଖୁସି କଭି ଗମ୍‘ରୁ ଆରମ୍ଭ କରି ‘ଗୁଡ୍ ନିଉଜ୍’ ଯାଏଁ ବିଭିନ୍ନ ସିନେମାରେ ସୁନ୍ଦର ପୋଷାକ ପିନ୍ଧି ଚର୍ଚ୍ଚାରେ ରହିଛନ୍ତି। ଏହି ଅଭିନେତ୍ରୀ ପ୍ରତ୍ୟେକ ଚଳଚ୍ଚିତ୍ରରେ ନିଜକୁ ନୂଆ ରୂପରେ ଦେଖାଇବାରେ ସଫଳ ହୋଇଛନ୍ତି |

ଆମାଜନ ଫିଲ୍ମଫେୟାର ଆୱାର୍ଡ କାର୍ଯ୍ୟକ୍ରମର ରେଡ କାର୍ପେଟରେ କରୀନା କପୁର ଖାନଙ୍କୁ  ତାଙ୍କ ଫ୍ୟାଶନେବଲ ଚଳଚ୍ଚିତ୍ର ଚରିତ୍ର ବିଷୟରେ ଯେତେବେଳେ ତାଙ୍କୁ ପଚରାଗଲା, ସେତେବେଳେ ସେ ପ୍ରକାଶ କରିଥିଲେ, ‘ମୁଁ ଭାବୁଛି ‘ଜବ ଉଇ ମେଟ୍’ ପ୍ରକୃତରେ ଫ୍ୟାଶନେବଲ୍, କାରଣ ଏହା ଟି-ସାର୍ଟର ଟ୍ରେଣ୍ଡ ଆରମ୍ଭ କରିଥିଲା | ଏହାଛଡ଼ା ପଟିଆଲା କିମ୍ବା ଟି-ସାର୍ଟ ଏବଂ ସାଲୱାରର ଟ୍ରେଣ୍ଡ ବି ଆରମ୍ଭ କରିଥିଲା |’

‘ଜବ ଉଇ ମେଟ୍’ ଚଳଚ୍ଚିତ୍ର ରିଲିଜ୍ ହେବାର କିଛି ବର୍ଷ ବିତିଯାଇଥିଲେ ବି ଏହା ଏକ ଆଇକନ୍ ଟ୍ରେଣ୍ଡ ଭାବରେ ଜାରି ରହିଛି, ଯାହାକୁ ଆପଣ ଆଜି ବି ପାଇବେ | ’

image source-oneindia

କରୀନା କପୁର ଖାନ ତାଙ୍କ ଚଳଚ୍ଚିତ୍ର ‘ଜବ ଉଇ ମେଟ୍’ରେ ପଟିଆଲା ଟ୍ରେଣ୍ଡ୍ ସହିତ ଟି-ସାର୍ଟକୁ ନେଇ ଆଜି ବି ଉତ୍ସାହିତ ଏବଂ ଏହାକୁ ପ୍ରେତ୍ସାହିତ କରୁଥିବା କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଆପଣ ସପିଂ କରିବାକୁ ଯାଉଛନ୍ତି, ‘ଜବ ଉଇ ମେଟ୍’ରେ ଚଳଚ୍ଚିତ୍ରର ଏହି କଷ୍ଟ୍ୟୁମକୁ କିଣି ପାରନ୍ତି ଏବଂ ତା’ର ମଜା ଉଠାଇପାରନ୍ତି।

ସୂଚନାଯୋଗ୍ୟ, ଇମତିଆଜ୍ ଅଲ୍ଲୀଙ୍କ ଏହି ସିନେମାରେ ଶାହିଦ୍ କପୁରଙ୍କ ନାୟିକା ଥିଲେ କରୀନା କପୁର ଖାନ୍।

ସମ୍ବନ୍ଧିତ ଖବର