ନୂଆଦିଲ୍ଲୀ: ଅଭିନେତ୍ରୀ କରିନା କପୁର ନିଜର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ସିଏ ଚକିତ ହୋଇଯାଉଛନ୍ତି। ଏହି ଭିଡିଓରେ କରିନା ‘ଥ୍ରି ଇଡିଅଟ ସିକ୍ବଲ’କୁ ନିଶ୍ଚିତ କରିଛନ୍ତି।
ରାଜକୁମାର ହିରାନିଙ୍କ ନିର୍ଦେଶନାରେ ନିର୍ମିତ ହୋଇଥିବା ସିନେମା ‘ଥ୍ରି ଇଡିଅଟ’ ବଲିଉଡର ମୋଷ୍ଟ ଆଇକନିକ ସିନେମା ମଧ୍ୟରୁ ଗୋଟିଏ। ଏହି ସିନେମାରେ ଅମିର ଖାନ, ଆର ମାଧବନ ଓ ସରମନ ଜୋସିଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଥିଲା। ଏହି ତିନିଜଣ ଅଭିନେତାଙ୍କ ସହିତ କରିନା କପୁର ବି ମୁଖ୍ୟ ଭୂମିକାରେ ନଜର ଆସିଥିଲେ।
View this post on Instagram
ଭିଡିଓରେ ଅମିର ଖାନ, ସରମନ ଜୋସି ଓ ମାଧବନଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ କରିନା କଥା ହେଉଥିବା ଦେଖିବାକୁ ମିଳିଛି। ଏଥିରେ ତିନିଜଣ ଅଭିନେତା ଏକ ସାମ୍ବାଦିକ ସମ୍ମିଳନୀରେ ବସିଛନ୍ତି। ଏଥିରେ ଥ୍ରି ଇଡିଅଟ ବି ଲେଖାହୋଇଛି।
କରିନା କହିଛନ୍ତି,‘ ସେ ଯେତେବେଳେ ଛୁଟିରେ ଥିଲେ ଏହି ତିନିଜଣଙ୍କ ପ୍ରେସ କନଫରେନ୍ସ ହୋଇଥିଲା। ଏହି ତିନିଜଣ ନିଶ୍ଚୟ ସିକ୍ବଲକୁ ନେଇ କଥା ହେଉଛନ୍ତି କିନ୍ତୁ ମୋ ବିନା କେମିତି?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/237fd488950a92bbb696ae29ae1104c71679635410994209_original.jpg)