ମୁମ୍ବାଇ: କରିସ୍ମା କପୁର ଏବଂ କରୀନା କପୁର ଖାନ୍ ବି-ଟାଉନର ଲୋକପ୍ରିୟ କଳାକାର | ଉଭୟ ବଲିଉଡକୁ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି ଏବଂ ବି-ଟାଉନର ଲୋକପ୍ରିୟ ଅଭିନେତ୍ରୀ ହୋଇପାରିଛନ୍ତି | ଦୁହେଁ ଏକାଠି କାମ କରିନଥିଲେ ବି ଉଭୟଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି। ତେବେ ଫିଲ୍ମରେ ଦୁହେଁ ଏକାଠି ନଜର ଆସିନଥିଲେ ବି ପ୍ରଶଂସକମାନେ କିଛି ମାସ ତଳେ ନେଟଫ୍ଲିକ୍ସର 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ରେ ଉଭୟ ଭଉଣୀଙ୍କୁ ଏକାଠି ଦେଖିବାର ସୁଯୋଗ ପାଇଥିଲେ | ସୋ’ର ପ୍ରୋମୋ ଆସିବା ପରେ ସେଥିରେ ଦୁହେଁ ପରସ୍ପରର ରହସ୍ୟ ଖୋଲୁଥିବା ଦେଖିବାକୁ ମିଳିଥିଲା।
ଏହି ପ୍ରୋମୋ ଆସିବା ପରେ ଦୁହିଁଙ୍କ ପ୍ରଶଂସକ ଏହି ଅଧ୍ୟାୟକୁ ନେଇ ଅଧିକ ଉତ୍ସାହିତ ହୋଇପଡ଼ିଥିଲେ। ଏହି ସୋ’କୁ ଆସି କରୀନା, କରିସ୍ମାଙ୍କ କେଉଁ ଗୁଣକୁ ପସନ୍ଦ କରନ୍ତି ନାହିଁ ତାହା ଜଣାଇଥିଲେ। ସୋ’ର ଉପସ୍ଥାପକ ହାସ୍ୟାଭିନେତା କପିଲ ଶର୍ମା ଯେତେବେଳେ କରୀନାଙ୍କୁ ପଚାରିଥିଲେ ଯେ, ସେ କରିସ୍ମାଙ୍କ କେଉଁ ଗୁଣକୁ ସେ ନାପସନ୍ଦ କରନ୍ତି। ଉତ୍ତରରେ କରୀନା କହିଥିଲେ, "କରିସ୍ମା ସଜ ହୋଇ ବାହାରିବାକୁ ବହୁତ ସମୟ ଲଗାନ୍ତି। ତାଙ୍କର ଏହି ଗୁଣ ମୋତେ ପସନ୍ଦ ନୁହେଁ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/01/02/AMlf9fbNrGVfO5bYQsGO.jpg)