କରିନାଙ୍କୁ ତୈମୁରଙ୍କ ଚିଠି ପଢ଼ି ଶୁଣାଇଲେ ଶାହାରୁଖ୍‌ ଖାନ୍‌, ଜାଣନ୍ତୁ ମାଆ କରିନାଙ୍କର ପ୍ରତିକ୍ରିୟା କିପରି ଥିଲା ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଓ ଲୋକପ୍ରିୟ ନାୟିକା କରିନା କପୁର ଖାନ୍‌ଙ୍କ ପୁଅ ତୈମୁରଙ୍କୁ ନେଇ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି। ତାଙ୍କର ପ୍ରତ୍ୟେକଟି କାର୍ଯ୍ୟକଳାପ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି।
ନିକଟରେ ଏକ ଭିଡିଓ ସୋସିଆଲ୍‌ ସାଇଟ୍‌ ଇନ୍‌ଷ୍ଟାଗ୍ରାମ ରେ ଭାଇରାଲ୍‌ ହୋଇଛି। ସେଥିରେ ବଲିଉଡର ଲୋକପ୍ରିୟ ନାୟକ ଶାହାରୁଖ୍‌ ଖାନ୍‌ କହୁଛନ୍ତି ଏଇ ଚିଠିଟି ତୈମୁର ଲେଖିଛନ୍ତି। ଏହା ଶୁଣି ତୈମୁରଙ୍କ ମାଆ କରିନା କପୁର ଖାନ ହସି ହସି ଗଡି ଯାଉଛନ୍ତି।
ଶାହାରୁଖ୍‌ ଖାନ୍‌ ପୁଣି କହୁଛନ୍ତି ଯେ ସେ ଏହାର ଅନୁବାଦ କରିପାରିବେ। ଶାହାରୁଖ୍‌ ଚିଠିର ଅନୁବାଦ କରି କହନ୍ତି- ‘ମୋତେ ବି ଆପଣଙ୍କ ଭଳି ଫଟୋ ନେବା ବହୁତ ପସନ୍ଦ। ଏବେ ମୋର ସେଲ୍‌ଫିବାଲା ପାଉଟ୍‌ ପରଫେକ୍ଟ ହୋଇ ନାହିଁ, କିନ୍ତୁ ମୁଁ ଅଭ୍ୟାସ ଜାରି ରଖିଛିି। ମୁଁ ଯେତେବେଳେ ବି ବାହାରକୁ ଯାଉଛି, ମୋର ଡ୍ରେସିଂ ଷ୍ଟାଇଲ୍‌ ଏକ ଷ୍ଟେଟ୍‌ମେଣ୍ଟ ବନି ଯାଉଛି। ମୋର ମାର୍ଗଦର୍ଶକ ହୋଇଥିବା ହେତୁ ବହୁତ ଧନ୍ୟବାଦ।’
ଶାହାରୁଖ୍‌ ଖାନଙ୍କର ଏହି ଚିଠି ପଢା ଶୁଣିବା ପରେ କରିନା କପୁର ଖାନ୍‌ କହୁଛନ୍ତି-‘ଭେରି ଫନ୍ନି’।

T h i s ⬆

A post shared by Shah Rukh Khan _ 650K ?? (@srkking1) on

କରିନା ଏହାପରେ କହନ୍ତି,‘ଏହା ତୈମୁରର ବହୁ ମଜାଳିଆ କଥା ନା। ତା’ପରେ ଶାହାରୁଖ୍‌ ଖାନ୍‌ କହୁଛନ୍ତି -‘ପିଲାଟା ଫନି, ଆମେ କ’ଣ କରିବା, ତୁମ ପୁଅ ତ, ମୁଁ କ’ଣ କରିପାରିବି ଏଥିରେ।

ସମ୍ବନ୍ଧିତ ଖବର