ଏହି ଜିନିଷ ଶିଖାଇବା ପାଇଁ ସନ୍ନି ଲିଓନିଙ୍କ ସ୍ୱାମୀଙ୍କ ସହ ସୈଫ୍‌ଙ୍କୁ ଭେଟ କରାଇବାକୁ ଚାହୁଁଛନ୍ତି କରୀନା

ମୁମ୍ବାଇ : କିଛି ଦିନ ହେବ ଅଭିନୟ ସହ ଏବେ ଆର୍‌ଜେ ବନିଛନ୍ତି ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ । ହ୍ଵାଟ୍‌ ଓମେନ୍‌ ଓ୍ଵାଣ୍ଟ ନାମକ ଏକ ରେଡ଼ିଓ ସୋ’କୁ କରୀନା ହୋଷ୍ଟ କରିବା ଆରମ୍ଭ କରିଥିବା ବେଳେ ସୋ’ରେ ମହିଳାଙ୍କ ଇଚ୍ଛାକୁ ଗୁରୁତ୍ୱ ଦିଆ ଯାଉଥିବା ଜଣାପଡ଼ିଛି । କିଛି ଦିନ ହେବ ଏହି ସୋ’ଟି ଆରମ୍ଭ ହୋଇ ସାରିଥିବା ବେଳେ ଏହାର ଏକ ଅଧ୍ୟାୟ ପହଞ୍ଚିଥିଲେ ଅଭିନେତ୍ରୀ ସନ୍ନି ଲିଓନି । ସନ୍ନିଙ୍କ କରୀନା କଥା ହେବା ପରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଜାଣିବାକୁ ପାଇଥିଲେ । କାମରେ ସୈଫ୍‌ କରୀନାଙ୍କୁ କିଭଳି ଭାବରେ ସାହାଯ୍ୟ କରନ୍ତି ତାହା କରୀନା ସନ୍ନିଙ୍କୁ ଜଣାଇବା ପରେ ସନ୍ନି ନିଜ ସ୍ୱାମୀ ଡ଼ାନିଏଲଙ୍କ ବିଷୟରେ ଜଣାଇଥିଲେ ।

nagpurtoday.in

କରୀନାଙ୍କ କହିବା ଅନୁଯାୟୀ,ମୁଁ ସୁଟିଂରେ ବ୍ୟସ୍ତ ଥିଲେ ସୈଫ୍‌ ତୈମୁରଙ୍କ ଯତ୍ନ ନିଅନ୍ତି । କୌଣସି କାମ ଥିଲେ ସେ ଘରେ ହିଁ କରିବାକୁ ପସନ୍ଦ କରିଥାନ୍ତି । ଏହା ଶୁଣିବା ପରେ ସନ୍ନି ମଧ୍ୟ ନିଜ ସ୍ୱାମୀ ଡ଼ାନିଏଲଙ୍କ କଥା କହିଥିଲେ । ମୁଁ ବ୍ୟସ୍ତ ଥିଲେ ଡ଼ାନିଏଲ ୩ ପିଲାଙ୍କୁ ସମ୍ଭାଳିବା ସହ ସେମାନଙ୍କ ଡାଏପର ମଧ୍ୟ ବଦଳାଇଥାନ୍ତି । ଡାଏପର ବଦଳାଇବା କଥା ଶୁଣିବା ପରେ କରୀନା ଆଶ୍ଚର୍ଯ୍ୟ ହେବା ସହ ଦିନେ ମୁଁ ସୈଫ୍‌ଙ୍କୁ ତୁମ ସ୍ୱାମୀ ଡ଼ାନିଏଲଙ୍କ ସହ ନିଶ୍ଚୟ ଦେଖା କରାଇବି ବୋଲି କହିଥିଲେ।

ସମ୍ବନ୍ଧିତ ଖବର