ଇନ୍‌ଷ୍ଟାଗ୍ରାମରେ ଡେବ୍ୟୁ କଲେ କରୀନା କପୁର ଖାନ୍‌, ଜାଣନ୍ତୁ ଏହାର କାରଣ ସଂପର୍କରେ କ’ଣ କହିଲେ

ମୁମ୍ବାଇ: ଚିତ୍ରତାରକାମାନେ ସେମାନଙ୍କ ପ୍ରଶଂସକମାନଙ୍କ ସହ ଯୋଡ଼ି ହେବାକୁ ଚାହାଁନ୍ତ। କାରଣ ଏହା ମାଧ୍ୟମରେ ସେମାନେ ଆଗକୁ ବଢ଼ିଥାନ୍ତି। ଆଉ ଏହାର ସବୁଠାରୁ ମୁଖ୍ୟ ମାଧ୍ୟମ ରୂପେ ସୋସିଆଲ ମିଡ଼ିଆ ପରିଗଣିତ ହୋଇଗଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ସୋସିଆଲ ମିଡ଼ିଆଠାରୁ ଦୂରେଇ ରହୁଥିବା କରୀନା କପୁର ଖାନ୍‌ ଏଇ ନିକଟରେ ଇନ୍‌ଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି । ସେ ଗତ ୬ ତାରିଖରେ ଇନ୍‌ଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି । ଏହାପରେ ମାତ୍ର ଗୋଟିଏ ଦିନରେ ତାଙ୍କର ଫଲୋଅର୍ସଙ୍କ ସଂଖ୍ୟା ୬ ଲକ୍ଷ୍ୟ ୧୦ ହଜାରକୁ ବୃଦ୍ଧି ପାଇଛି । ଏଥିସହିତ ଏହି ସଂଖ୍ୟା କ୍ରମାଗତ ବଢ଼ିଚାଲିଥିବା ଜଣାପଡ଼ିଛି ।

Taimur Debuts On Kareena Kapoor's Instagram, Her Caption Is Pure Gold
image source-ndtv

ବଡ଼ ଭଉଣୀ କରିସ୍ମା କପୁର ମଧ୍ୟ କରୀନାଙ୍କୁ ସ୍ୱାଗତ ଜଣାଇଛନ୍ତି । କରୀନା ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍ ଖୋଲିବାର ଗୋଟିଏ ଦିନ ପରେ ତାଙ୍କର ଦୁଇଟି ଫଟୋ ସେୟାର୍‌ କରିଛନ୍ତି । କରୀନା ନିଜର ପିଲାବେଳର ଫଟୋକୁ ପ୍ରୋଫାଇଲ୍‌ ପିକ୍‌ଚର ରଖିଛନ୍ତି । କରୀନାଙ୍କୁ ଯେତେବେଳେ ଇନ୍‌ଷ୍ଟାଗ୍ରାମରେ ଡେବ୍ୟୁ କରିବା ବିଷୟରେ ପ୍ରଶ୍ନ କରାଗଲା ସେତେବେଳେ ସେ କହିଛନ୍ତି ଯେ, ଯୁଗ ସହ ତାଳ ଦେଇ ଚାଲିବାକୁ ପଡ଼ିଥାଏ । ଏହା କେବଳ ତାଙ୍କର କାର୍ଯ୍ୟସୂଚୀ ସମ୍ପର୍କରେ ତାଙ୍କ ଫ୍ୟାନ୍‌ଙ୍କ ଲାଗି ଖୋଲାଯାଇଥିବା ବେଳେ ତାଙ୍କର ଏକ ଟିମ୍‌ ଏହାକୁ ସଞ୍ଚାଳନ କରିବେ ବୋଲି କରୀନା କହିଛନ୍ତି ।
ସୂଚନାଯୋଗ୍ୟ, କରୀନାଙ୍କ ଆଗାମୀ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍‌’ ମାର୍ଚ୍ଚ ୧୩ ତାରିଖରେ ରିଲିଜ୍‌ ହେବାକୁ ଯାଉଛି । ଏଥିରେ ସେ ଏକ ପୁଲିସ୍‌ ଅଧିକାରୀଙ୍କ ଭୂମିକାରେ ନଜର ଆସିବେ। ଏହାଛଡ଼ା ଅମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ରେ ବି କରୀନା ଅଭିନୟ କରୁଛନ୍ତି ।

ସମ୍ବନ୍ଧିତ ଖବର