ମୁମ୍ବାଇ: ମାତ୍ର ଦୁଇ ବର୍ଷ ବୟସରେ ସୈଫ୍-କରୀନାଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ ଲୋକମାନଙ୍କ ମଧ୍ୟରେ କେତେ ପ୍ରସିଦ୍ଧ ତାହା ସମସ୍ତଙ୍କୁ ଜଣା । ଏତେ କମ ବୟସରୁ ସେ ନିଜର ପ୍ରଶଂସକ ବନାଇବା ଆରମ୍ଭ କରି ସାରିଥିବା ବେଳେ କେତେବେଳେ ସେ ଫିଲ୍ମ କରିବା ଆରମ୍ଭ କରିବେ, ତା’ ଉପରେ ଏବେ ସମସ୍ତଙ୍କ ନଜର । ତେବେ ମନ ଭିତରେ ଥିବା ଏହି ପ୍ରଶ୍ନ ବିଷୟରେ ଜାଣିବା ପାଇଁ ଏକ ସାକ୍ଷାତକାରରେ କରୀନାଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା ।
/sambad/media/post_attachments/wp-content/uploads/2018/12/kareena-kapoor-7592-300x167.jpg)
ଯାହାର ଉତ୍ତରରେ, ମୁଁ ୧୭ବର୍ଷ ବୟସରେ ଫିଲ୍ମରେ ପାଦ ଦେଇଥିଲି । ଇଣ୍ଡଷ୍ଟ୍ରିରେ ୧୮ବର୍ଷ ମୁଁ ବିତାଇ ସାରିଛି । ଏତେ ବର୍ଷ ଫିଲ୍ମ କରିବା ପରେ ମୁଁ ଭାବୁଛି କି ବହୁତ ଶୀଘ୍ର ମୁଁ ଫିଲ୍ମ ଦୁନିଆରେ ପାଦ ଦେଇଥିଲି । ମୋତେ ପ୍ରଥମେ ମୋର ପାଠ ପଢ଼ା ଶେଷ କରିବାର ଥିଲା । କିନ୍ତୁ ମୁଁ ପଢ଼ାକୁ ଅଧାରେ ଛାଡ଼ି ଫିଲ୍ମ କରିଥିଲି । ତୈମୁର ଯାହା ବି କରନ୍ତୁ, ହେଲେ ନିଜର ପାଠ ପଢ଼ା ସାରି ସେ ଫିଲ୍ମ କରିବା ଆରମ୍ଭ କରନ୍ତୁ ବୋଲି କହିଥିଲେ କରୀନା କପୁର ଖାନ୍ ।