ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ନିଜ ପରିବାର ସହ ଲଣ୍ଡନକୁ ଛୁଟି କଟାଇବାକୁ ଯାଇଥିଲେ । ତେବେ ଛୁଟି କଟାଇବା ସମୟରେ ହଠାତ୍ କରୀନାଙ୍କୁ ୧୨ଘଣ୍ଟା ପାଇଁ ମୁମ୍ବାଇ ଆସିବାକୁ ପଡ଼ିଥିବା ଜଣା ପଡ଼ିଛି । ଏହି ସମୟରେ ପରିବାରର କୌଣସି ସଦସ୍ୟ ତାଙ୍କ ସହ ଆସି ନଥିବା ଦେଖା ଯାଇଛି । ତେବେ ହଠାତ୍ କେଉଁ କାରଣ ପାଇଁ ତାଙ୍କୁ ଆସିବାକୁ ପଡ଼ିଲା, ସେ ବିଷୟରେ ପ୍ରଥମେ ଜଣା ନଥିବା ବେଳେ ଏବେ ପ୍ରକୃତ କଥା ସାମ୍ନାକୁ ଆସିଛି ।
/sambad/media/post_attachments/wp-content/uploads/2019/06/Dance-India-Dance-7-judges-Kareena-Kapoor-Khan-Bosco-Martis-and-Raftaar-300x170.jpg)
ସୂଚନା ମୁତାବକ, କରୀନା ରିୟାଲିଟି ସୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ସୁଟିଂ ପାଇଁ ଛୁଟିରୁ ୧୨ଘଣ୍ଟିଆ ବିରତି ନେଇ ଆସିଛନ୍ତି । ଏବେ ସେ ରିୟାଲିଟି ସୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଜଜ୍ ବନିଥିବା ବେଳେ ପ୍ରତିଯୋଗୀମାନେ ନାଚିବା ସମୟରେ ସେମାନେ କିଭଳି ଅଭିନୟ କରୁଛନ୍ତି, ତାହା ପରଖିବେ । ତେବେ କାମ ପ୍ରତି କରୀନାଙ୍କ ଏତେ ନିଷ୍ଠା ଦେଖି ଲୋକେ ତାଙ୍କର ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି ।