ଏମିତି ଅନ୍ଦାଜରେ ବିରିୟାନୀ ଓ ହଲୱାକୁ ବାୟ କଲେ କରୀନା

ମୁମ୍ବାଇ: ହଲୱା ଓ ବିରିୟାନୀର ମଜ୍ଜା ନେବା ପରେ ପୁଣି ଥ‌ରେ ନିଜ ଫର୍ମକୁ ଆସିଯାଇଛନ୍ତି ବଲିଉଡ୍‌ ଦିବା କରୀନା କପୁୁର୍‌। ମାନେ କରୀନା ଏବେ ତାଙ୍କ ପ୍ରିୟ ଖାଦ୍ୟ ସବୁକୁ ଛାଡ଼ି ନିଜ ଫିଟ୍‌ନେସ୍‌ ଉପରେ ଧ୍ୟାନ ଦେଇଛନ୍ତି। ଏ ନେଇ କରୀନା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଯୋଗ କରୁଥିବା ବେଳର ଏକ ଭିଡିଓ ସେୟାର କରିଛନ୍ତି। କରୀନା ତାଙ୍କ ଘର ଛାତ ଉପରେ ଯୋଗ କରୁଥିବାର ଭିଡିଓରେ ନଜର ଆସିଛନ୍ତି। ଯୋଗ ପ୍ରତି ତାଙ୍କ ଉତ୍ସର୍ଗୀକୃତ ମନୋଭାବ ସଫା ଦେଖାଯାଉଛି।

କରୀନା ତାଙ୍କର ଏହି ଯୋଗ ଭିଡିଓ ସହ ମଜାଦାର କ୍ୟାପ୍‌ସନ୍‌ ବି ଲେଖିଛନ୍ତି। ସେ ଲେଖିଛନ୍ତି, ‘ଯେତେବେଳେ ଆପଣଙ୍କ ଯୋଗ ଇନ୍‌ଷ୍ଟ୍ରକ୍ଟର ଆପଣଙ୍କୁ ଫେସ୍‌ବୁକ୍‌ରେ ଫଲୋ କରନ୍ତି , ଆପଣଙ୍କୁ ସେତେବେଳେ ବିରିୟାନୀ ଓ ହଲୱାକୁ ବାୟ କରିବାକୁ ପଡ଼ିବ।’

 

କିଛି ଦିନ ତଳେ କରୀନା ମ‌ାଳଦୀପରୁ ଫେରିବା ଏକ ଭିଡିଓ ସେୟାର କରିଥିଲେ। ‌ଯେଉଁ ଭିଡିଓରେ ସେ ନିଜ ଟିମ୍‌ର ସଦସ୍ୟଙ୍କ ସହ ବିରିୟାନୀ ଖାଉଥିବାର ନଜର ଆସିଥିଲେ। ତାପରେ କରୀନାଙ୍କର ହଲୱା ଖାଉଥିବାର ଭିଡିଓ ସାମ୍ନାକୁ  ସାମ୍ନାକୁ ଆସିିଥିଲା।

ଉଲ୍ଲେଖଯୋଗ୍ୟ, କରୀନାଙ୍କର ଏହି ବର୍ଷ ଅମୀରଙ୍କ ସହ କରିଥିବା ଫିଲ୍ମ ଲାଲ୍ ସିଂହ ଚଡ୍ଡା ରିଲିଜ୍‌ ହେବାକୁ ପ୍ରସ୍ତୁତ ହୋଇଛି। ଚଳଚ୍ଚିତ୍ରରେ କରୀନା ଓ ଆମୀର ଖାନଙ୍କୁ ଏକାସାଥୀରେ ଦେଖିବାକୁ ଦର୍ଶକ ଖୁବ୍‌ ଉତ୍ସୁକ ଅଛନ୍ତି। ଜାଣିବାକୁ ମିଳିଛି କି କରୀନା ଓଟିଟିରେ ବି ଡେବ୍ୟୁ କରିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର