ଏହି ନିଷ୍ପତ୍ତିି ନେଇ ‘ବେଷ୍ଟ ମମ୍‌’ର ଉଦାହରଣ ସୃଷ୍ଟି କଲେ ଅଭିନେତ୍ରୀ କରୀନା କପୁର

ମୁମ୍ବାଇ : ବଲିଉଡ୍‌ କୁଇନ୍‌ ତଥା ଅଭିନେତ୍ରୀ କରୀନା କପୁରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପୁଅ ତୈମୁର ପାଇଁ ସେ ଯେଉଁ ନିଷ୍ପତ୍ତିି ନେଇଛନ୍ତି ତାହାକୁ ନେଇ ଏବେ ସେମାନଙ୍କୁ ଲୋକେ ‘ବେଷ୍ଟ ମମ୍‌’ ବୋଲି କହିବା ଆରମ୍ଭ କରିଛନ୍ତି ।

Masala!

ସୂଚନା ମୁତାବକ, ସେ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ କାମ କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏ ନେଇ ତାଙ୍କୁ ପଚରାଯିବା ପରେ ସେ,ମୁଁ ଏବେ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ କାମ କରିବା ପାଇଁ ରାଜି । କିନ୍ତୁ ଗୋଟେ ସର୍ତ୍ତରେ । ତୈମୁର ୧୦ବର୍ଷର ହେବା ପରେ ମୁଁ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ କାମ ଆରମ୍ଭ କରିବି । ଏବେ ନୁହେଁ । ଏବେ ମୁଁ ତୈମୁରଙ୍କୁ ଏକା ଛାଡ଼ି ପାରିବି ନାହିଁ ବୋଲି କହିଥିଲେ । କରୀନାଙ୍କ ଏହି ଉତ୍ତର ଶୁଣି ତାଙ୍କୁ ସମସ୍ତେ ଏବେ ବେଷ୍ଟ ମମ୍‌ ବୋଲି କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର