ମୁମ୍ବାଇ: ଆଜିକାଲି ଓଟିଟିର ଲୋକପ୍ରିୟତା ସବୁଠି ଦେଖିବାକୁ ମିଳୁଛି। ବର୍ତ୍ତମାନ ଫିଲ୍ମହଲ ବଦଳରେ ଓଟିଟିରେ ଚଳଚ୍ଚିତ୍ର ଦେଖିବାକୁ ଲୋକ ଅଧିକ ପସନ୍ଦ କରୁଛନ୍ତି। ଏପରିକି ପୂର୍ବରୁ ଓଟିଟିରେ ଆସିଥିବା ଅନେକ ୱେବ୍ ସିରିଜ୍ଗୁଡ଼ିକୁ ଦର୍ଶକ ଢେରସାରା ପସନ୍ଦ କରିଛନ୍ତି। ସେଥିଲାଗି ବର୍ତ୍ତମାନ ବଡ଼ ବଡ଼ ସୁପରଷ୍ଟାରମାନେ ମଧ୍ୟ ଓଟିଟିରେ କାମ କରିବା କରିବା ଆରମ୍ଭ କରିଦେଇଛନ୍ତି। ବଲିଉଡର ବଡ଼ ପରଦାରେ ନିଜର ଅଭିନୟ ଏବଂ ଗ୍ଲାମର ପାଇଁ ନାଁ କମେଇଥିବା ଅନେକ ଅଭିନେତ୍ରୀ ମଧ୍ୟ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିରେ କରୀନା କପୁରଙ୍କ ଠାରୁ ଆରମ୍ଭ କରି ଅନନ୍ୟା ପାଣ୍ଡେଙ୍କ ପର୍ଯ୍ୟନ୍ତ ନାମ ରହିଛି।
କାଜଲ: କାଜଲ ବଲିଉଡର ଜଣେ ବରିଷ୍ଠ ଅଭିନେତ୍ରୀ । ସେ ବଡ଼ ପରଦାରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ, ବର୍ତ୍ତମାନ ସେ ଓଟିଟିରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ଓଟିଟି କୁ ଆସିବା ପରେ କାଜଲ ଜଣେ ଓକିଲ ଭୂମିକାରେ ନଜର ଆସିବେ। ତାଙ୍କର ୱେବ୍ ସିରିଜ୍ 'ଦି ଗୁଡ୍ ୱାଇଫ୍, ପ୍ୟାର୍, କାନୁନ୍, ଧୋକା' ଇତ୍ୟାଦି ଡିସ୍ନି ପ୍ଲସ୍ ହଟଷ୍ଟାରରେ ଆସୁଅଛି।
କରୀନା କପୁର ଖାନ: ବଲିଉଡର ବେବୋ ବା କରୀନାଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରନ୍ତି । ବେବୋ ବର୍ତ୍ତମାନ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ବର୍ଷ ତାଙ୍କୁ 'ଡିଭୋସନ ଅଫ୍ ସସ୍ପେକ୍ଟ ଏକ୍ସ'ରେ ଦେଖିବାକୁ ମିଳିବ। ତାଙ୍କ ସହ ଜୟଦୀପ ଅହଲୱତ ମଧ୍ୟ ନଜର ଆସିବେ।
ସୋନାକ୍ଷୀ ସିହ୍ନା: ଦବଙ୍ଗ ଗର୍ଲ ଭାବେ ପରିଚିତ ସୋନାକ୍ଷୀ ସିହ୍ନା ଖୁବ୍ ଶୀଘ୍ର ଓଟିଟିରେ ନଜର ଆସିବାକୁ ଯାଉଛନ୍ତି। ସେ ଆମାଜନ ପ୍ରାଇମ ଭିଡିଓର ସୋ ଦହାଡ୍ ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ରିମା କାଗତିଙ୍କ ନିର୍ଦ୍ଦେଶିତ ଏହି ୱେବ୍ ସିରିଜରେ ସୋନାକ୍ଷୀଙ୍କ ସହ ବିଜୟ ବର୍ମା ଏବଂ ସୋହମ୍ ଶାହା ମୁଖ୍ୟ ଭୂମିକାରେ ନଜର ଆସିବେ। ୱେବ୍ ସିରିଜରେ ସୋନାକ୍ଷୀ ଅଞ୍ଜଳୀ ଭାଟି ନାମକ ଜଣେ ପୁଲିସ୍ ଅଧିକାରୀ ଭୂମିକାରେ ନଜର ଆସିବେ।
ସାରା ଅଲି ଖାନ୍: ସାରା ଅଲ୍ଲୀ ଖାନ୍, ଯିଏକି ନିଜର ସୁନ୍ଦର ଅଭିନୟ ଦ୍ୱାରା ପ୍ରଶଂସକଙ୍କ ମନ କିଣିନେଇଥାନ୍ତି , ସେ ବି ବର୍ତ୍ତମାନ ଆମାଜନ ପ୍ରାଇମ ଭିଡିଓ ସହିତ ଓଟିଟି କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ୱେବ୍ ସିରିଜ୍ 'ଏ ୱତନ୍ ମେରେ ୱତନ୍'ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ସୋ’ର ନିର୍ମାତା କରଣ ଜୋହର ଅଟନ୍ତି। ସାରା ୧୯୪୨ ମସିହାରେ ସ୍ୱାଧୀନତା ସଂଗ୍ରାମରେ ଜଣେ ସ୍ୱାଧୀନତା ସଂଗ୍ରାମୀ ଭୂମିକାରେ ଆସିବେ।
ଅନନ୍ୟା ପାଣ୍ଡେ: କମ୍ ଚଳଚ୍ଚିତ୍ରରେ ନିଜର ପରିଚୟ ସୃଷ୍ଟି କରି ପାରିଥିବା ଅନନ୍ୟା ପାଣ୍ଡେ ବର୍ତ୍ତମାନ ଖୁବ୍ ଶୀଘ୍ର ଓଟିଟି ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କୁ 'କଲ୍ ମି ବେ’ ନାମକ ୱେବ୍ ସିରିଜ୍ ରେ ଅସିବେ । ଏହି ୱେବ୍ ସିରିଜ୍ଟି ଆମାଜନ୍ ପ୍ରାଇମ୍ ଭିଡିଓରେ ରିଲିଜ୍ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/a57.jpg)