ଆଇସିସି ଟି-୨୦ ବିଶ୍ୱକପ ୨୦୨୦ ଟ୍ରଫି ଉଦ୍‌ଘାଟନ କରିବେ କରୀନା କପୁର ଖାନ୍‌, ଶଶୁରଙ୍କୁ ମନେପକାଇ କହିଲେ ଏହି କଥା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ସହ ଏକ ବଡ଼ ଉପଲବ୍ଧି ଯୋଡ଼ି ହେବାକୁ ଯାଉଛି । ଶୁକ୍ରବାର ମେଲବର୍ଣ୍ଣରେ ସେ ଆଇସିସି ଟି-୨୦ ବିଶ୍ୱକପ ୨୦୨୦ର ଟ୍ରଫି ଉଦ୍‌ଘାଟନ କରିବେ । ଏଭଳି କରିବାରେ ସେ ପ୍ରଥମ ଭାରତୀୟ ଅଭିନେତ୍ରୀ ପାଲଟିବେ । ଏଭଳି ଐତିହାସିକ ସମୟରେ ସାମିଲ ହୋଇ କରୀନା ନିଜକୁ ଭାଗ୍ୟଶାଳୀ ମନେ କରୁଥିବା ଜଣାପଡ଼ିଛି ।

kareena kapoor
amarujala.com

ସୂଚନା ମୁତାବକ, ମହିଳା ଓ ପୁରୁଷଙ୍କ ଟି-୨୦ ବିଶ୍ୱକପ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବ । ତେବେ ଏଭଳି ସମାରୋହରେ ସାମିଲ ହେବାକୁ ନେଇ କରୀନା କହିଛନ୍ତି କି, ମୁଁ ନିଜକୁ ସମ୍ମାନିତ ଅନୁଭବ କରୁଛି । ଯେଉଁ ମହିଳାମାନେ ନିଜ ନିଜର ଦେଶ ପାଇଁ କ୍ରିକେଟ ଖେଳିବେ, ମୁଁ ସେମାନଙ୍କର ମନୋବଳ ବଢ଼ାଇବି । ଏଭଳି ଅନ୍ତର୍ଜାତୀୟସ୍ତରରେ ସେମାନଙ୍କୁ ଦେଖିବା ମହିଳା ସଶକ୍ତିକରଣର ଏକ ବଡ଼ ଉଦାହରଣ ବୋଲି କରୀନା କହିବା ସହ ନିଜ ଶଶୁରଙ୍କୁ ମନେ ପକାଇଛନ୍ତି । ତାଙ୍କ ଶଶୁର ମନ୍‌ସୁର ଅଲ୍ଲୀ ଖାନ୍‌ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ଥିବା ବେଳେ ତାଙ୍କୁ ମନେ ପକାଇ କରୀନା କହିଛନ୍ତି, ମୋର ସ୍ୱର୍ଗୀୟ ଶଶୁର ଭାରତୀୟ ଦଳର ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ ଥିଲେ । ଏବେ ମୁଁ କ୍ରିକେଟର ଟ୍ରଫି ଉଦ୍‌ଘାଟନ କରିବାର ସୁଯୋଗ ପାଇଥିବାରୁ ବହୁତ ଖୁସି ।

ସମ୍ବନ୍ଧିତ ଖବର