କଂଗ୍ରେସର ଏହି ନେତାଙ୍କୁ ଡେଟ୍‌ କରିବାକୁ ଚାହୁଁଥିଲେ କରୀନା କପୁର ଖାନ୍‌

ମୁମ୍ବାଇ: ଗାନ୍ଧି-ନେହରୁ ପରିବାର ଏବଂ କପୁର ପରିବାର ମଧ୍ୟରେ କେତେ ଘନିଷ୍ଠତା ରହିଛି ତାହା ସମସ୍ତଙ୍କୁ ଜଣା । କିଛି ଦିନ ତଳେ ଗାନ୍ଧି ପରିବାର ଏବଂ କପୁର ପରିବାର ମଧ୍ୟ ଥିବା ସଂପର୍କ ବିଷୟରେ ସାମ୍ବାଦିକ ରଶିଦ୍‌ କିଦ୍‌ବଇ ନିଜ ବହି ‘ନେତା ଅଭିନେତା : ବଲିଉଡ୍‌ ଷ୍ଟାର ପାଓ୍ଵାର ଇନ୍‌ ଇଣ୍ଡିଆନ୍‌ ପଲିଟିକ୍ସ’ରେ ଅନେକ ଖୁଲାସା କରିଥିବା ଦେଖା ଯାଇଛି । ୨୦୦୨ରେ ବଲିଉଡ୍‌ର ଲୋକପ୍ରିୟ ଏବଂ ବବ୍‌ଲି ଅଭିନେତ୍ରୀ କରୀନା କପୁର ଖାନ୍‌ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନିଜ ପସନ୍ଦ ବୋଲି କହିଥିବା ନିଜ ବହିରେ ଲେଖିଛନ୍ତି ରଶିଦ୍‌ । ଏହା ସହ ରାହୁଲ ଗାନ୍ଧି ମଧ୍ୟ କରୀନାଙ୍କ ଫିଲ୍ମ ରିଲିଜ୍‌ ଦିନ ହିଁ ଦେଖିବାକୁ ପସନ୍ଦ କରୁଥିଲେ ।

Dailyhunt

ସିମି ଗରେଓ୍ଵାଲଙ୍କ ସୋ’ରେ ଯେତେବେଳେ କାହାକୁ ଡ଼େଟ୍‌ କରିବାକୁ ଚାହୁଁଛ ବୋଲି ପଚରାଯାଇଥିଲା । ସେତେବେଳେ ସମୟ ନଷ୍ଟ ନ କରି ରାହୁଲଙ୍କ ନାଁ ନେଇଥିଲେ କରୀନା କପୁର ଖାନ୍‌ । ଏହି ପ୍ରଶ୍ନର ଉତ୍ତର ରଖିବାକୁ ଯାଇ “ମୋର ଉତ୍ତର ବିବାଦୀୟ ହୋଇପାରେ । କିନ୍ତୁ ମୁଁ ରାହୁଲଙ୍କ ସହ ଡ଼େଟ୍‌ରେ ଯିବା ପାଇଁ ଚାହୁଁଛି । ମୁଁ ଜଣେ ଅଭିନେତ୍ରୀ ଏବଂ ସେ ଜଣେ ରାଜନେତା । ଆମେ ଦୁହେଁ ବହୁତ ଭଲ ଭଲ ବିଷୟରେ ଉପରେ କଥା ହୋଇ ପାରିବୁ”ବୋଲି କରୀନା କହିଥିଲେ । କିନ୍ତୁ ୨୦୦୯ରେ ତାଙ୍କୁ ଏ ବିଷୟରେ ପଚରାଯାଇଥିବା ବେଳେ କରୀନା ଏହାକୁ ପୁରୁଣା କଥା କହି ଏଡ଼ାଇ ଦେଇଥିଲେ । “ଆମ ଦୁହିଁଙ୍କ ଉପନାମ ବହୁତ ଚର୍ଚ୍ଚିତ ବୋଲି ମୁଁ ସେ ସମୟରେ ତାଙ୍କ ନାଁ ନେଇଥିଲି । ମୁଁ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହିଁବି । କିନ୍ତୁ ନିଶ୍ଚିତ ଭାବରେ ଡ଼େଟ୍‌ କରିବି ନାହିଁ” ବୋଲି କରୀନା କହିଥିଲେ ।

ସମ୍ବନ୍ଧିତ ଖବର