ଏହି କାରଣରୁ ଫିଲ୍ମ ‘ସତ୍ୟାଗ୍ରହ’ରେ ଅଜୟ ଦେବଗନ୍‌ଙ୍କୁ ଚୁମ୍ବନ ଦେବାପାଇଁ ମନା କରି ଦେଇଥିଲେ କରୀନା

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ଏବଂ ଅଭିନେତ୍ରୀ କରୀନା କପୁର ଖାନ୍‌ ସାଥୀରେ ଅନେକ ଫିଲ୍ମରେ ନଜର ଆସିଛନ୍ତି । ସେ ମଧ୍ୟରେ ରହିଛି, ‘ଓମ୍‌କାରା’, ‘ସତ୍ୟାଗ୍ରହ’ ଏବଂ ‘ଗୋଲମାଲ୍‌ ସିରିଜ୍‌’ ଭଳି ଅନେକ ଫିଲ୍ମ । ଦୁହେଁ ସାଥୀରେ ଏତେ ଫିଲ୍ମ କରିଥିଲେ ମଧ୍ୟ ଫିଲ୍ମ ‘ସତ୍ୟାଗ୍ରହ’ରେ କରୀନା ଅଜୟଙ୍କୁ ଚୁମ୍ବନ ଦେବାକୁ ମନା କରି ଦେଇଥିଲେ । ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଚୁମ୍ବନ ଦୃଶ୍ୟ ରହିଥିବା ବେଳେ କରୀନା ଏହାକୁ କରିବାକୁ ମନା କରିବାରୁ ଦୃଶ୍ୟଟିକୁ ହଟାଇ ଦିଆ ଯାଇଥିଲା । ଏବେ ୬ବର୍ଷ ପରେ ଏହାର କାରଣ ସାମ୍ନାକୁ ଆସିଛି ।

Rediffmail

ସୂଚନା ମୁତାବକ, ୨୦୧୨ରେ କରୀନା ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଫିଲ୍ମ ‘ସତ୍ୟାଗ୍ରହ’ର ସୁଟିଂ ଚାଲୁଥିବାରୁ ସେ ଅନ୍ୟ କେଉଁ ହିରୋ ସହ ଅନ୍ତରଙ୍ଗ ଦୃଶ୍ୟ କରିବାକୁ ଚାହୁଁ ନଥିଲେ । ଯାହା ପାଇଁ ସେ ଅଜୟଙ୍କ ସହ ଚୁମ୍ବନ ଦୃଶ୍ୟର ସୁଟିଂ କରିବାକୁ ମନା କରି ଦେଇଥିଲେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର